ଛତିଶଗଡ଼ରେ ଅପହୃତ ପୋଷ୍ଟମାଷ୍ଟରଙ୍କୁ ହତ୍ୟା କଲେ ମାଓବାଦୀ, ପରିଆ ଗାଁରୁ ମିଳିଲା ମୃତଦେହ

ମାଲକାନଗିରି: ଛତିଶଗଡ଼ରେ ଜଣେ ପୋଷ୍ଟମାଷ୍ଟରକୁ ମାଓବାଦୀମାନେ ହତ୍ୟା କରିଛନ୍ତି। ତାଙ୍କ ନାଁ ସୁଜିତ ମାରିୟମ। ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲା ପରିଆ ଗାଁରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଡିସେମ୍ବର ୨୫ତାରିଖରେ ତାଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିଲେ। ତାଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିବା ନେଇ ଦାନ୍ତେୱାଡା ଏସପି ସ୍ପଷ୍ଟ କରିଥିଲେ। ତାଙ୍କୁ ପୋଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଅପହରଣ କରି ହତ୍ୟା କରିଥିବା କୁହାଯାଉଛି। ତେବେ ତାଙ୍କୁ ମାଓବାଦୀମାନେ ପୂର୍ବରୁ ଧମକ ଦେଇଥିବା ନେଇ ସେମାନଙ୍କ ପାଖରେ ସୂଚନା ନ ଥିଲା ବୋଲି ପରିବାର ଲୋକେ କହିଛନ୍ତି।