କ୍ୟାନସର ପୀଡିତା ୫ ବର୍ଷ ଝିଅର ପୂରଣ ହେଲା ଶେଷ ଇଚ୍ଛା: ବେଷ୍ଟଫ୍ରେଣ୍ଡକୁ କଲା ବାଲ୍ୟବିବାହ

କାହିଁ କେଉଁ କାଳରୁ ବାଲ୍ୟ ବିବାହ ପ୍ରଥା ରହି ଆସିଛି। ପ୍ରାୟ ସବୁ ଧର୍ମରେ ଏପରି ଦେଖିବାକୁ ମିଳିଥାଏ। ସମୟ ବଦଳିବା ସହ ବାଲ୍ୟ ବିବାହକୁ ନେଇ ଲୋକଙ୍କ ଚିନ୍ତାଧାରା ବଦଳିଛି। ଏପରି ବିବାହକୁ ଏବେ ଅପରାଧ ବୋଲି ବିବେଚନା କରାଯାଉଛି। ତଥାପି ବହୁ ସ୍ଥାନରେ ଲୁଚାଛପାରେ ବାଲ୍ୟ ବିବାହ ହେଉଛି। ହେଲେ ଆମେ ଏଠାରେ ଯେଉଁ ବିବାହ କଥା କହୁଛୁ ଶୁଣିଲେ ଚକିତ ହୋଇଯିବେ। ଏକ ୫ ବର୍ଷ ଝିଅର ଇଚ୍ଛା ପୂରଣ କରିବାକୁ ଯାଇ ତା’ର ବାପାମାଆ ଏକ ୬ ବର୍ଷର ପୁଅ ସହ ତା ବାହାଘର କରି ଦେଇଛନ୍ତି। ଏପରି ଘଟଣା ଘଟିଛି ସ୍କଟ୍‌ଲ୍ୟାଣ୍ଡରେ। ଏବେ ଏହି ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା। ତେବେ ଟିକ ଅଲଗା ଷ୍ଟାଇଲେ ହୋଇଛି ଏହି ବିବାହ।

ଏଲିଦ ପିଟରସନ (୫) ନ୍ୟୁରୋବଷ୍ଟାଟୋମା କ୍ୟାନସରରେ ପୀଡିତ। ସେ ଆଉ କିଛିଦିନ ବଞ୍ଚିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହି ସାରିଛନ୍ତି। ଏପରିସ୍ଥିତିରେ ଏଲିଦର ବାପାମାଆ ତା’ର ଶେଷ ଇଚ୍ଛା କ’ଣ ଅଛି ଲେଖି ଜଣାଇବାକୁ କହିଥିଲେ। ଏଲିଦ ଯେଉଁ ଲିଷ୍ଟ ବନାଇଥିଲେ ତାକୁ ଦେଖି ସମସ୍ତେ ଚକିତ ହୋଇ ଯାଇଥିଲେ। କାରଣ ଲିଷ୍ଟର ପ୍ରଥମରେ ଏଲିଦ ଉଲ୍ଲେଖ କରିଥିଲେ ସେ ତା’ର ବୟଫ୍ରେଣ୍ଡ ହାରିସନ ଗିୟରକୁ ବିବାହ କରିବାକୁ ଚାହୁଁଛି।

child-marriageଏଲିଦା ଏହି ଶେଷ ଇଚ୍ଛା ପୂରଣ କରିବାକୁ ହାରିସନ୍‌ ଆଗେଇ ଆସିଥିଲେ। ତା’ର ବାପାମାଆ ମଧ୍ୟ ଏଥିରେ ସହମତି ଦେଇଥିଲେ। ଏହାପରେ ପରି କାହାଣୀ ପରି ଲାଗୁଥିବା ଏହି ବିବାହ ଉତ୍ସବ ଆୟୋଜିତ ହୋଇଥିଲା।

ମଜାଦାର କଥା ହେଲା ଖ୍ରୀଷ୍ଟିୟାନ ପରମ୍ପରା ଠାରୁ ଟିକେ ଭିନ୍ନ ଢଙ୍ଗରେ ହୋଇଥିଲା ଏହି ବିବାହ।

ବିବାହ ହଲ୍‌କୁ ଏଲିଦ ଡିଜନି ମୁଭିର ଗୀତର ଧୂନ୍‌ରେ ପ୍ରବେଶ କରିଥିଲେ। ସେ ପୂରା ପରୀ ଭଳି ସଜେଇ ହୋଇଥିଲେ। ହାରିସନ୍‌ ମଧ୍ୟ ରାଜକୁମାର ପରି ଦିଶୁଥିଲେ। ବିବାହ ବେଳେ ଏଲିଦ ଓ ହାରିସନ ପରସ୍ପରକୁ ମୁଦି ବଦଳରେ ନେକ୍‌ପିସ୍‌ ପିନ୍ଧାଇ ଥିଲେ।

ବିବାହ ଉତ୍ସବରେ ପ୍ରାୟ ୨୦୦ ଅତିଥି ସାମିଲ ହୋଇଥିଲେ। ବିବାହ ହଲ୍‌କୁ ପରୀରାଇଜ ପରି ସଜ୍ଜା ଯାଇଥିଲା। ସବୁ ଅତିଥି ପରୀ ଓ ରାଜକୁମାର ବେଶରେ ଆସିଥିଲେ।