ଚୀନର ଏକ ହୋଟେଲରେ ଅଗ୍ନିକାଣ୍ଡ, ୩ ମୃତ, ୧୪ ଆହତ

ନାନଚାଙ୍ଗ: ଚୀନର ନାନଚାଙ୍ଗ ସହରର ଏକ ବଡ଼ ହୋଟେଲରେ ଶନିବାର ସକାଳେ  ଅଗ୍ନିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି।  ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା।

ମିଡିଆ ରିପୋର୍ଟ ଅନୁଯାୟୀ, ହୋଟେଲ ଭିତରେ କିଛି ଲୋକ ଫଶି ରହିଥିଲେ। ଅଗ୍ନିଶମ ଅଧିକାରୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ।