ଆମେରିକାର ୧୮ ଗୁପ୍ତଚରଙ୍କୁ କିଏ ହତ୍ୟା କଲା : ଚୀନ୍‌ ନା ସିଆଇଏ ?

ୱାସିଂଟନ: ଚୀନରେ ରହି ଆମେରିକା ପାଇଁ କାମ କରୁଥିଲେ। ପରେ ସେମାନଙ୍କ ପତ୍ତା ମିଳିଲାନି। ଆମେରିକାର ପ୍ରାୟ ୧୮ ଜଣ ସିଆଇଏ (ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି) ଏଜେଣ୍ଟଙ୍କ ନିଖୋଜ  ହେବା ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଛି। ୨୦୧୦ରୁ ୨୦୧୨ ମଧ୍ୟରେ ଚୀନ୍ ସରକାର ପ୍ରାୟ ୧୮ ଜଣ ସିଆଇଏ ଏଜେଣ୍ଟକୁ  ହତ୍ୟା କରିଥିବା ଅଭିଯୋଗ ଉଠିଛି। ଉପରୋକ୍ତ ଘଟଣାକୁ ନେଇ ଏବେ ଆମେରିକା ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଏହି ଗୁପ୍ତଚରଙ୍କୁ ଚାଇନା ସରକାର ହତ୍ୟା କରିଥିବା ଆମେରିକାର କେତେକ ଅଧିକାରୀ କହୁଥିଲା ବେଳେ ସିଆଇଏ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ତେଣୁ ସିଆଇଏ ଉପରେ ସନ୍ଦେହ ଦୃଢୀଭୂତ ହୋଇଛି। କୁହାଯାଉଛି ଏମାନଙ୍କୁ  ସିଆଇଏ ହିଁ ହତ୍ୟା କରିଛି।

ଏହାକୁ ନେଇ ବିବାଦ ତେଜୁଥିବା ବେଳେ ଘଟଣାର ସତ୍ୟାସତ୍ୟ ଜଣାପଡ଼ି ନାହିଁ। ସିଆଇଏ ହେଉଛି ଆମେରିକାର  ଗୋଇନ୍ଦା ସଂସ୍ଥା। ସୂଚନା ଅନୁଯାୟୀ ୨୦୧୨ରେ ବେଜିଂରେ ଥିବା ଆମେରିକାର ଦୂତାବାଶରେ କାମ କରୁଥିବା କେତେକ ଅଧିକାରୀଙ୍କୁ ଆମେରିକା ଅପସାରଣ କରିନେଇଥିଲା। ଆମେରିକା ଫେଡେରାଲ ଅଫିସରଙ୍କ କେତେକ ତଥ୍ୟ ଚୀନ ହ୍ୟାକ୍‌ କରିଥିବା  ଅଭିଯୋଗ ଆଣି ସେତେବେଳେ ଆମେରିକା ଏହି ପଦେକ୍ଷେପ ନେଇଥିଲା।  ଚୀନ୍‌ ବାରମ୍ବାର ସୁରକ୍ଷା ଆଇନକୁ ଉଲ୍ଲଂଘନ କରୁଥିବା ଆମେରିକା ପକ୍ଷରୁ ଅଭିଯୋଗ ହୋଇଛି। ସେପଟେ ଚୀନ୍‌ ଏବଂ ଆମେରିକା ଉଭୟ ଉଭୟଙ୍କ ବିରୋଧୀ ହୋଇଥିବା ବେଳେ ଚୀନ୍‌ ପ୍ରତିଶୋଧ ନେଉଥିବା କୁହାଯାଉଛି।