ଚୀନରେ ଭୂମିକମ୍ପ

ନ୍ୟୁୟର୍କ: ଚୀନର ଗାର୍ଜେ, ଲିତାଙ୍ଗ କାଉଣ୍ଟି ଅଞ୍ଚଳରେ ଶୁକ୍ରବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରହିଥିଲା। ଆମେରିକାର ଭୂଗର୍ଭ ସର୍ବକ୍ଷେଣ (ଇୟୁଏସ୍‌ଜିଏସ୍)ର ରିପୋର୍ଟରୁ ଏହା ଜଣାପଡ଼ିଛି।

ରୁଲୋଙ୍ଗର ଦକ୍ଷିଣ ପଶ୍ଚିମର ୧୦୪ କିଲୋମିଟର ଦୂରରେ ଏହି  ଭୂମିକମ୍ପ ଅନୁଭୂତ ହୋଇଥିଲା।