ଯେସାକୁ ତେସା: ଲଦାଖର ରାସ୍ତା ନିର୍ମାଣ ପାଇଁ ଭାରତର ସଜବାଜ, ଚୀନ କହିଲା ପରିସ୍ଥିତି ଭୟଙ୍କର ହେବ  

ନୂଆଦିଲ୍ଲୀ, (ଓଡ଼ିଶା ରିପୋର୍ଟର): ଚୀନକୁ ଜବାବ ଦେବା ପାଇଁ ଯେସାକୁ ତେସା ନୀତି ଆପଣାଇଛି ଭାରତ। ସିକିମ ସୀମାରେ ରାସ୍ତା ନିର୍ମାଣ କରି ଦାଦାଗିରି କରୁଥିବା ଚୀନକୁ ଚକମା ଦେବା ପାଇଁ ସମାନ ରାସ୍ତାକୁ ଅନୁସରଣ କରିଛି ଭାରତ। ଏନେଇ ଭାରତ ପକ୍ଷରୁ ଲଦାଖ ସୀମାରେ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ପଦେକ୍ଷପ ଆରମ୍ଭ ହୋଥିବା ବେଳେ ଚୀନ ବିରୋଧ କରିଛି। ଲଦାଖର ପାଙ୍ଗୋଙ୍ଗ  ହ୍ରଦ ନିକଟରେ ଏହି ରାସ୍ତା ନିର୍ମଣ ପାଇଁ ଭାରତ ବିଚାର କରୁଛି। ହେଲେ ଏହାକୁ ଚୀନ ବିରୋଧ କରିବା ସହ ଯେଉ ପ୍ରକୃତ ସୀମା ନିରୁପଣ ହୋଇ ନଥିବା ସ୍ଥାନରେ ଭାରତ ରାସ୍ତା ନିର୍ମାଣ କରୁଥିବା ଅଭିଯୋଗ ଆଣିଛି। ଭାରତର ଏଭଳି ପଦେକ୍ଷପ ଡୋକଲାମ ବିବାଦକୁ ଆହୁରି ଅଶାନ୍ତ କରିଦେବ ବୋଲି ଚୀନ ଅଭିଯୋଗ କରିଚି। ଗତ ଅଗଷ୍ଟ ୧୫ରେ ଲଦାଖ ସୀମାରେ ଉଭୟ ଭାରତ-ଚୀନ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା।

ଏପରିକି ଢେଲା ଫିଙ୍ଗାଫିଙ୍ଗି ମଧ୍ୟ ହୋଇଥିଲା। ତେବେ ଯେଉଁ ସ୍ଥାନରେ ଏଭଳି ପରିସ୍ଥିତି ଉପୁଜିଥିଲା ସେହି ସ୍ଥାନ ଦେଇ ରାସ୍ତା ନିର୍ମାଣ ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଛି। ଅନ୍ୟ କୌଣସି ଉଦ୍ଦେଶ୍ୟ ନୁହଁ ସୀମାରା ଶାନ୍ତି ବଜାୟ ପାଇଁ ଏହି ପଦକ୍ଷେପ ନିଆଯାଇଛି। ପାଙ୍ଗୋଙ୍ଗ ହ୍ରଦଠାରୁ  ଏଲଏସିରେ(ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ) ୨୦ କିମି ମଧ୍ୟରେ ଏହି ରାସ୍ତା ନିର୍ମାଣ ହେବ। ଏଥିପାଁ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତବା ଗୃହିତ ହୋଇଛି। ଲଦାଖର  ମାର୍ସିମିକ୍‌ ଲା ଠାରୁ  ପାନ୍‌ଗଙ୍ଗ ହ୍ରଦ ପର୍ଯ୍ୟନ୍ତ ରାସ୍ତା ତିଆରି ହେବ। ସୂଚନା ଅନୁସାରେ ଗତ ଅଗଷ୍ଟ ୧୫ ତାରିଖରେ ସକାଳ ପ୍ରାୟ ୧୧ଟାରେ  ୫ରୁ ୬ଟି ଚୀନ ସେନା ଗାଡ଼ି ଆସି ଲଦାଖର ଚୀନ ସୀମାରେ ଅଟକିଥିଲା  । ଗାଡ଼ିରୁ ଚୀନ ସୈନିକମାନେ ଓହ୍ଲାଇ ଚାଲି ଚାଲି ଆସି  ଭାରତୀୟ ସୀମାର ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳକୁ ଅନୁପ୍ରବେଶ କରିଥିଲେ  ।

ଚୀନ ସୈନିକଙ୍କ ଏଭଳି କାର୍ଯ୍ୟ ଦେଖି ସେଠାରେ ମୁତୟନ ଭାରତର ଆଇଟିବିପି ଯବାନମାନେ ମାନବଶୃଙ୍ଖଳ କରି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ  । ପରେ ଦୁଇ ଦେଶର ଯବାନ ହାତାହାତି ହୋଇଥିଲେ  । ଏଭଳି ସଂଘର୍ଷ ପ୍ରାୟ ଅଧଘଣ୍ଟା ଧରି ଚାଲିଥିଲା  ।  ପରେ ଉଭୟ ଢେଲା ଫୋଫଡ଼ା ଫୋଡ଼ି ହୋଇଥିଲେ। ସୂଚନା ଅନୁଯାୟୀ, ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳକୁ ଭାରତ ଓ ଚୀନ ନିଜର ବୋଲି ଦାବି କରିଆସୁଛନ୍ତି  । ୧୯୯୦ରେ ଭାରତ ଏହି ଅଞ୍ଚଳକୁ ନିଜର ବୋଲି ଦାବି କରିଥିଲା  । ସେତେବେଳେ ଚୀନ ଏହି ଅଞ୍ଚଳରେ ଏକ ସଡ଼କ ନିର୍ମାଣ କରି ଅକ୍ସାଇ ଚୀନର ଏକ ଅଂଶ ବୋଲି କହିଥିଲା  । ପରେ ଭାରତ ଏହି ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଆସିଥିଲା  ।  ଏବେ ସେଠାରେ ଭାରତ ରାସ୍ତା ନିର୍ମାଣ କରୁଥିବାରୁ ଚୀନ ପ୍ରଶ୍ନ ଉଠାଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More