ନବଜାତ ଶିଶୁକୁ ପ୍ୟାକ୍‌ କରି କୋରିୟର କଲା ମା’

ଦୁନିଆରେ ସବୁଠୁ ବଡ଼ ହେଉଛନ୍ତି ମା’। ପିଲାଟିଏ ନିଜ ମା’ ପାଖରେ ହିଁ ସବୁଠୁ ଅଧିକ ସୁରକ୍ଷିତ। କିନ୍ତୁ ଅନେକ ସମୟରେ ଦେଖାଯାଉଛି ମା’ ବନି ଯାଉଛି ପିଶାଚୀ। କେଉଁଠି ମା’ ଛୁଆକୁ ଡ୍ରେନ୍‌ରେ ଫୋପାଡ଼ି ଦେଉଛି ତ କେଉଁଛି ଚାଷ ଜମିରେ ଛାଡ଼ି ଚାଲିଯାଉଛି। ଚୀନରେ ଏମିତି ଏକ ଘଟଣା ଘଟିଛି। ଜଣେ ମହିଳା ତାଙ୍କ ଛୁଆକୁ ଏକ ପ୍ଲାଷ୍ଟିକ୍ ବ୍ୟାଗ୍‌ରେ ଭର୍ତ୍ତି କରି କୋରିୟର କରି ଦେଇଥିଲେ। ତେବେ ସଠିକ୍ ସମୟରେ ଛୁଆଟିକୁ ଉକ୍ତ ବ୍ୟାଗ୍ ଭିତରୁ ଉଦ୍ଧାର କରାଯିବାରୁ ତା’ର ଜୀବନ ବଞ୍ଚି ଯାଇଛି।

ଘଟଣାଟି ଏମିତି। ଜଣେ ମହିଳା କିଛି ଜିନିଷ ପଠାଇବା ପାଇଁ ଏକ କୋରିୟର ବୟକୁ ଡକାଇଥିଲେ। କୋରିୟର ବୟକୁ ସେ ଏକ ପ୍ୟାକେଟ୍ ଦେଇଥିଲେ। ପ୍ୟାକେଟ୍‌କୁ ଦେଖି କୋରିୟର ବୟକୁ ସନ୍ଦେହ ହେଲା। ସେ ପ୍ୟାକେଟ୍‌କୁ ଖୋଲିବା ପାଇଁ ଚାହିଁଥିଲେ। କିନ୍ତୁ ମହିଳା ଜଣଙ୍କ ଏଥିପାଇଁ ମନା କରିଥିଲେ। କୋରିୟର ବୟ ସେଠାରୁ କିଛି ବାଟ ଚାଲି ଯାଇ ପ୍ୟାକେଟ୍‌ଟିକୁ ଖୋଲିଥିଲେ। ପ୍ୟାକେଟ୍ ଖୋଲିବା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେଥିରେ ଏକ ନବଜାତ ଶିଶୁ ଥିଲା। ସେ ସଙ୍ଗେ ସଙ୍ଗେ ପୋଲିସ୍ ଓ ନିଜ କଂପାନୀର ଉଚ୍ଚ ଅଧିକାରୀଙ୍କୁ ଫୋନ୍‌ କରି ଜଣାଇଥିଲେ। ସେହି ବାଟ ଦେଇ ଯିବାଆସିବା କରୁଥିବା ଲୋକେ ମଧ୍ୟ ସେଠାରେ ଭିଡ଼ ଜମାଇ ଦେଲେ। ଜମା ହୋଇଥିବା ଲୋକେ ନିଜ ନିଜ ମୋବାଇଲ୍ ଫୋନ୍‌ରେ ପିଲାଟିର ଭିଡିଓ ଉତ୍ତୋଳନ କରିଥିଲେ। ଆଉ ପୂରା ଚୀନ୍‌ରେ ସେହି ଦୃଶ୍ୟ ଭାଇରାଲ୍ ହୋଇଯାଇଛି।

ଚୀନ୍‌ର ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୋଲିସ୍ କହିଛି ଯେ ମହିଳା ଜଣଙ୍କ ନିଜ ନବଜାତ ସନ୍ତାନକୁ ପ୍ୟାକେଟ୍‌ରେ ଭର୍ତ୍ତି କରି ଏକ ଅନାଥାଳୟକୁ କୋରିୟର କରିଥିଲେ। ନିଜ ଛୁଆକୁ ଏମିତି ଢଙ୍ଗରେ ଅନାଥ କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗରେ ଉକ୍ତ ମହିଳାଙ୍କୁ ଗିରଫ କରାଯାଇଛି। ଛୁଆଟିର ସ୍ୱାସ୍ଥ୍ୟ ଭଲ ଅଛି। ଡାକ୍ତର ତାର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି।

https://www.youtube.com/watch?v=cxSk6G-W2Yc

ସୌଜନ୍ୟ- ଅମର ଉଜାଲା

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More