ମାସୁଦ୍ ଆଝାରକୁ ପୁଣି ସୁରକ୍ଷା ଦେଲା ଚୀନ

ନୂଆଦିଲ୍ଲୀ:ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ୍ ଆଝାରକୁ ପୁଣି ସୁରକ୍ଷା ଦେଲା ଚୀନ।  ଜାତିସଂଘ ସୁରକ୍ଷା ପରିଷଦରେ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଉପରେ ଚୀନ ରୋକ ଲଗାଇଛି। ଚତୁର୍ଥ ଥର ଲାଗି ଚୀନ୍ ମସୁଦ ଆଝାରକୁ ସୁରକ୍ଷା ଦେଇଛି। ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଆହୁରି ପ୍ରମାଣ ଆବଶ୍ୟକ ବୋଲି ଚୀନ କହିଛି।  ତେବେ ଜାତିସଂଘ ସୁରକ୍ଷା ପରିଷଦରେ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ୍ ଆଝାରକୁ ଅନ୍ତର୍ଜାତୀୟ ୮ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନ ବ୍ୟତୀତ ସମସ୍ତେ ସମର୍ଥନ କରିଥିବା ସୂଚନା ମିଳିଛି ।

ଚୀନର ସୁରକ୍ଷା ଯୋଗୁ ମସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯାଇପାରିନାହିଁ।  ଏହାକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରିଛି।  ତେବେ ଭାରତର ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ସୁରକ୍ଷା ପରିଷଦ ସମସ୍ତ ଦେଶଙ୍କୁ ଧନ୍ୟବାଦ ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ।

ପୁଲଓ୍ୱାମା ଆତ୍ମଘାତୀ ଆକ୍ରମଣ ପରେ ମାସୁଦ୍‌ଙ୍କୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା ନେଇ ଫେବୃଆରୀ ୨୭ ତାରିଖରେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ କରାଯାଇଥିଲା। ପ୍ରସ୍ତାବ ପାରିତ ହେବାରେ ସହଯୋଗ କରିବାକୁ ଭାରତ ସବୁ ସଦସ୍ୟ ରାଷ୍ଟ୍ରଙ୍କୁ ନିବେଦନ କରିଥିଲା ଏହାସତ୍ତ୍ୱେ ଚୀନ୍ ମାସୁଦ ଆଝାରକୁ ସୁରକ୍ଷା ଦେଇଛି ।