ମସାଜ ପାର୍ଲରରେ ଅଗ୍ନିକାଣ୍ଡ ଘଟି ୧୮ ମୃତ

ବେଜିଂ: ଆଜି ପୂର୍ବ ଚୀନ୍‌ରେ ଏକ ମସାଜ ପାର୍ଲରରେ ଅଗ୍ନିକାଣ୍ଡ ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅପରାହ୍ନ ସାଢ଼େ ୫ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ପୂର୍ବ ଚୀନର ଟିଏନଟୀ କଣ୍ଟ୍ରିର ଯୁକ୍ସିଶଙ୍ଗ ଫୁଟ୍‌ ମସାଜ ପାର୍ଲରରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୮ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ଅନ୍ୟ ୧୨ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା।