ମାନବଯୁକ୍ତ ସବମର୍ସିବଲ୍‌ର ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ

ବେଜିଙ୍ଗ: ଚୀନ୍‌ ଏକ ମାନବଯୁକ୍ତ ସବମର୍ସିବଲ୍‌ ତିଆରି କରିବାକୁ ଯାଉଛି ଯାହା ସମୁଦ୍ର ଭିତରର ପାଦ ଦେଶ ଉପରେ ଅବତରଣ କରିପାରିବ। ଚାଇନା ସିପ୍‌ବିଲଡିଂ ଇଣ୍ଡଷ୍ଟ୍ରି କର୍ପୋରେସନ୍‌ ଏହି ଯୋଜନା ଉପରେ କାମ କରୁଥିବା ଖବର ରହିଛି।

ସିଏସ୍‌ଆଇସି ତିଆରି କରୁଥିବା ସବମର୍ସିବିଲ୍‌ ମଧ୍ୟ ସମୁଦ୍ରର  ୪୫୦୦ମିଟର ଗଭୀରତା ପର୍ଯ୍ୟନ୍ତ ଯାଇପାରିବ। ଖବର ମୁତାବକ ଏହି ସବମର୍ସିବିଲ ପ୍ରସ୍ତୁତି କାମ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ।

ଏହି ସଂସ୍ଥା ଚୀନ୍‌ର ପ୍ରଥମ ଡିପ୍‌-ସି ସବମର୍ସିବଲ, ଜିୟାଓଲଙ୍ଗ ପ୍ରସ୍ତୁତି କରିଥିଲା ଯାହା ୨୦୧୨ରେ ପ୍ରଶାନ୍ତ ମହାସାଗରର ଗଭିରତମ ସ୍ଥାନ ମାରିଆନା ଟ୍ରେଞ୍ଚରେ ୭,୦୬୨ ମିଟର ଗଭୀରତାକୁ ଯାଇ ରେକର୍ଡ କରିଥିଲା।