ଟଳିଲା ମହାବିପତ୍ତି

ନୂଆଦିଲ୍ଲୀ: ପୃଥିବୀ ଉପରକୁ ଘନେଇ ଆସିଥିବା ମନୁଷ୍ୟକୃତ ମହାବିପତ୍ତି ଟଳିଯାଇଛି। ଏହି ମହାବିପତ୍ତି ଥିଲା ଚୀନର ଅକାମୀ ସ୍ପେସ୍‌ ଷ୍ଟେସନ ତିୟାଂୟୋଂଗ-୧ । ଆଜି ଏହା ପୃଥିବୀ ମଧ୍ୟକୁ ପ୍ରବେଶ କରିଥିଲା। ସୌଭାଗ୍ୟର ବିଷୟ ଏହା କୌଣସି କ୍ଷତି ପହଞ୍ଚାଇ ନାହିଁ। ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ୮ଟନ୍‌ ଓଜନ ବିଶିଷ୍ଟ ଏହି ସ୍ପେସ୍‌ ଷ୍ଟେସନର ଅଧିକାଶଂ ଅଂଶ ପୋଡି ପାଉଁଶ ହୋଇଯାଇଥିଲା। ବଳକା ଅଂଶ ପ୍ରଶାନ୍ତ ମହାସାଗରରେ ପଡିଥିବା କୁହାଯାଉଛି।
ବୌଜ୍ଞାନିକ ମାନେ ଆଶଙ୍କା କରିଥିଲେ ତିୟାଂୟୋଂଗ-୧ର କିଛି ଅଂଶ ୟୁରୋପର କୌଣସି ଭୂଭାଗରେ ପଡିବ ବୋଲି। ଯଦି ଏପରି ହୋଇଥାନ୍ତା ଉକ୍ତ ଅଞ୍ଚଳରେ ଏହା ତାଣ୍ଡବ ରଚିଥାନ୍ତା। କାରଣ ଯେଉଁ ଅଂଶ ଭୂମି ଉପରେ ପଡିଥାନ୍ତା ସେଥିରେ ଭୟଙ୍କର କେମିକାଲ ଥାଇପାରେ ବୋଲି ବୈଜ୍ଞାନିକ ମାନେ ଆଶଙ୍କା କରୁଥିଲେ। ତେବେ ସବୁ ଆଶଙ୍କାର ଅନ୍ତ ଘଟିଛି ଓ ଏହି ମହାବିପତ୍ତି ଟଳିଯାଇଛି।
ଜଣାପଡିନି ପ୍ରକୃତ ସ୍ଥାନ
ବୈଜ୍ଞାନିକଙ୍କ କହିବା ଅନୁଯାୟୀ ତିୟାଂୟୋଂଗ-୧ କେଉଁଠି ପଡିଛି ତାର ପ୍ରକୃତ ସ୍ଥାନ ଜଣାଇବା ଏବେ କଷ୍ଟକର। ଚୀନର ସ୍ପେସ ଏଜେନ୍ସିଙ୍କର ଅନୁମାନ ଥିଲା ତିୟାଂୟୋଂଗ-୧ ସାଓ ପାଉଲୋ (ବ୍ରାଜିଲ୍‌)ର ଆଖପାଖରେ ପଡିବ।

http://odishareporter.in/top-story/earth-may-be-destroyed-223450