ଚୀନ୍‌ରେ ଭୂମିକମ୍ପ ଝଟକା

ବେଜିଂ: ଚୀନରେ ଆଜି ସକାଳେ ୧୦ଟା ୪୫ମିନିଟ୍ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିଅକ୍ଟର ସ୍କେଲରେ ୬.୧ ରହିଥିଲା। ଏହାର ଗଭୀରତା ଭୂମିଠାରୁ ୧୦ କି.ମି. ଭିତରରେ ରହିଥିଲା। ଭୂମିକମ୍ପର କେନ୍ଦ୍ର ଥିଲା ଚୀନ୍‌ର ଝିଞ୍ଜିୟାଙ୍ଗ।

ଏଥିରେ କୌଣସି ପ୍ରକାର କ୍ଷତି ଘଟି ନ ଥିବା ଜଣାପଡିଛି।

ଗତକାଲି ଇଣ୍ଡୋନେସିଆରେ ହୋଇଥିବା ଭୂମିକମ୍ପରେ ୯୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିଲେ।