ଭାରତ ସହ ଯୁଦ୍ଧ ପାଇଁ ଡରୁଛି ଚୀନ୍ ସେନା: ମିଳୁନି ଖାଦ୍ୟ ଓ ଯୁଦ୍ଧାସ୍ତ୍ର, ଆନ୍ଦୋଳନରେ ବସିଲେ ଛଟେଇ ସୈନିକ

ନୂଆଦିଲ୍ଲୀ: ଡରିଗଲା ଚୀନ୍ , ଯୁଦ୍ଧ ଆଗରୁ ପଛଘୁଞ୍ଚା ଦେଲାଣି ଚୀନ ସୈନିକ। ସିକିମର ଡୋକଲାମରେ ମାସେ ଧରି ଅସ୍ଥିର ପରିସ୍ଥିତି ସୃଷ୍ଟି କରିଥିବା ଚୀନକୁ ଶକ୍ତ ଧକ୍କା ଲାଗିଛି। ଚୀନାସେନା ଭାରତ ସହ ଯୁଦ୍ଧ କରିବ ନାହିଁ ବୋଲି ରୋକଠୋକ୍ ମନା କରିଦେଇଛି। ସେନାର ଏହି ଜବାବରେ ଆଶ୍ଚର୍ଯ୍ୟ ଏବଂ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଛନ୍ତି ରାଷ୍ଟ୍ରପତି ସି.ଜିନପିଙ୍ଗ। ଏ ପ୍ରସଙ୍ଗରେ ବିଶ୍ୱ ଗଣମଧ୍ୟମରେ ଖୁବ ଚର୍ଚ୍ଚା ଲାଗି ରହିଛି।

ଚୀନ ସରକାର ବିରୋଧରେ ଆନ୍ଦୋଳକୁ ଓହ୍ଲାଇଛି ଚୀନାସେନା। ଅଭିଯୋଗ ହେଲା- ସରକାର ସେନାର ଖାଇବା ପିଇବା ପ୍ରତି ଯଥେଷ୍ଟ ଧ୍ୟାନ ଦେଉନାହାଁନ୍ତି। ଏଥିସହିତ ଯୁଦ୍ଧ ପାଇଁ ଆବଶ୍ୟକ ଯୁଦ୍ଧାସ୍ତ୍ର ଯୋଗାଉ ନାହାଁନ୍ତି ବୋଲି ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛି ସେନା। ସବୁଠୁ ବଡ଼କଥା ହେଲା, ଗତ ତିନିମାସ ହେବ ଚୀନ ସରକାର ସେନାକୁ ଦରମା ଦେଉନାହାଁନ୍ତି। କୌଣସି ସୁବିଧା ନଦେଇ ଭାରତ ଭଳି ଏକ ଟାଣୁଆ ଦେଶ ସହ ଯୁଦ୍ଧ କରିବା ପାଇଁ କହି, ସରକାର ଆମକୁ ମରଣ ମୁହଁକୁ ଠେଲି ଦେଉଛନ୍ତି ବୋଲି ସେନା ଆରୋପ ଲଗାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ କାରଣରୁ ଚୀନ୍ ଅର୍ଥ ବ୍ୟବସ୍ଥା ଭିତରେ ଭିତରେ ଦୁର୍ବଳ ହେବାରେ ଲାଗିଛି।  କିନ୍ତୁ ଏହା ପଦାକୁ ଆସିବାକୁ ଦିଆଯାଉ ନାହିଁ। ପରିସ୍ଥିତି ଏତେ ଖରାପ ଯେ, ଚୀନ ତିନିମାସ ହେବ ସେନାକୁ ଦରମା ଦେଇ ପାରୁନାହିଁ। ଦିନେ ବିଶ୍ୱର ସବୁଠୁ ବିଶାଳ ସେନାର ଅଧିକାରୀ ହେବା ଲକ୍ଷ୍ୟରେ, ଚୀନ ତା ସୈନିକ ସଂଖ୍ୟା 26 ଲକ୍ଷକୁ ବୃଦ୍ଧି କରିଥିଲା। କିନ୍ତୁ ଏତେ ସୈନିକଙ୍କୁ ଦରମା ଦେଇ ନ ପାରିବାରୁ 13 ଲକ୍ଷ ସେନାକୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଏବେସୁଦ୍ଧା 10 ଲକ୍ଷ ସୈନିକଙ୍କୁ ଛଟେଇ କରି ସାରିଲାଣି ଚୀନ। ଛଟେଇ ହୋଇଥିବା ପ୍ରାୟ 1 ହଜାର ସୈନିକ ଚୀନ ପ୍ରତିରକ୍ଷା ମନ୍ତ୍ରାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ଏହି ଘଟଣା ପରେ ଲୋକଲଜ୍ଜାରୁ ବଞ୍ଚିବାକୁ ସୁରକ୍ଷା ମନ୍ତ୍ରାଳୟ ଓ ସେନା ସହ ସମ୍ପୃକ୍ତ ସମସ୍ତ ସୋସିଆଲ୍ ସାଇଟ୍ ବନ୍ଦ କରିଦେଇଛି ଚୀନ। ଭିତରେ ଭିତରେ ଚୀନ୍ ଦୁର୍ବଳ ହେଉଥିବା ଖବର ବିଶ୍ୱ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି। , ତେଣୁ ଭାରତ ସହ ଯୁଦ୍ଧ କରିବାକୁ ଚୀନ୍ ରଣହୁଙ୍କାର କେବଳ ବାହାସ୍ଫୋଟ ବୋଲି କୁହାଯାଉଛି