ଚୀନ: କୋଠାରେ ବିସ୍ଫୋରଣ, ୧୦ ଆହତ

ବେଜିଂ: ଦକ୍ଷିଣ ଚୀନର ଲଙ୍ଗଙ୍ଗା ଜିଲ୍ଲା ଅନ୍ତର୍ଗତ ହୁଲୁଦାଓ ସହର ଲିଆଓନିଂ ପୋଭିନେସରେ ଏକ ବଲ୍ଡିଂରେ ଶୁକ୍ରବାର ବିସ୍ଫୋରଣ ଘଟି ୧୦ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ସକାଳ ପ୍ରାୟ ୫ଟାରେ ଏହି ବିସ୍ଫୋରଣ ଘଟିଥିଲା । ଗ୍ୟାସ ଯୋଗୁ ଏପରି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି ବୋଲି ଦକ୍ଷିଣ ଚୀନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି । ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୩୧ ତାରିଖରେ ସମାନ ଭାବେ ଏକ ଘରେ ବିସ୍ଫୋରଣରେ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଥିଲେ ।