ଅଣ୍ଡର ୱାର୍ଲଡ ଡନ୍‌ ଛୋଟା ରାଜନ ଦୋଷୀ

ମୁମ୍ବାଇ: ୨୦୧୧ବହୁ ଚର୍ଚ୍ଚିତ ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟା ମାମଲାର ରାୟ ଶୁଣାଇଛି ମୁମ୍ବାଇ କୋର୍ଟ। ଅଣ୍ଡର ୱାର୍ଲଡ ଡନ୍ ଛୋଟା ରାଜନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟତମ ଅଭିଯୁକ୍ତ ସାମ୍ବାଦିକା ଜିଗ୍ନା ଭୋରା ଦୋଷମୁକ୍ତ ହୋଇଛନ୍ତି। ଏନେଇ ମୁମ୍ବାଇ ମକୋକା କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ମିଳିଛି। ବାଲିରୁ ଗିରଫ ଛୋଟା ରାଜନ ଏବେ ତିହାର ଜେଲରେ ଅଛି।

୫୬ବର୍ଷୀୟ ଦେ’ଙ୍କୁ ୨୦୧୧, ଜୁନ୍ ୧୧ରେ ହତ୍ୟା କରାଯାଇଥିଲା। ସେ ‘ମିଡ୍‌ ଡେ’ ଇଭିନିଂର କ୍ରାଇମ୍‌ ରିପୋର୍ଟର ଥିଲେ। ମୁମ୍ବାଇର ପୋଆଇ ସ୍ଥିତ ବାସଭବନରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।  ମୁମ୍ବାଇ ପୋଲିସ କ୍ରାଇମ୍‌ବ୍ରାଞ୍ଚ ଯାଞ୍ଚ ଆରମ୍ଭ କରିଥିଲା। ଏଥିରୁ ଯାହା ଜଣାପଡିଲା ଏକ ଇଂରାଜୀ ଦୈନିକ ମୁମ୍ବାଇ ସଂସ୍କରଣର ଡେପୁଟି ବ୍ୟୁରୋ ଚିଫ୍‌ ଜିଘ୍ନା ଭୋରା ଛୋଟା ରାଜନ ସହ ମିଶି ଜ୍ୟୋତିର୍ମୟ ଦେଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା।