ଚୁଡ଼ା ଓ ଦହି ଖୁଆଇଲେ ଲାଲୁ

ପାଟଣା:  ମକର ସଂକ୍ରାନ୍ତି  ଅବସରରେ ଆଜି ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବ ଚୁଡ଼ା ଓ ଦହି  ଭୋଜନର ଆୟୋଜନ କରିଥିଲେ। ପ୍ରଥମ ଥର ପାଇଁ ଏହି ଭୋଜନରେ ସାମିଲ ହେବା ପାଇଁ ବିଜେପି ନେତାମାନଙ୍କୁ  ନିୟତା  ଦିଆଯାଇଥିଲା। କିନ୍ତୁ ବିଜେପି ଲାଲୁଙ୍କ ନିୟତାକୁ ଗ୍ରହଣ କରିନାହିଁ। ବିଜେପିର କୌଣସି ନେତା ଲାଲୁଙ୍କ ଭୋଜନରେ ସାମିଲ  ହୋଇନଥିଲେ।

ଆରଜେଡି ନେତା ଭୋଲେ ୟାଦବ କହିଛନ୍ତି, “ଲାଲୁଙ୍କ ନିର୍ଦ୍ଦେଶରେ ମୁଁ  ଟେଲିଫୋନ୍‌ କରି ବିଜେପି ନେତାଙ୍କୁ ନିୟତା ଦେଇଥିଲି। ସେମାନେ ଭୋଜନରେ ସାମିଲ ହେବା ପାଇଁ କହିଥିଲେ।”