ସିଏବିକୁ ଅସାମ୍ବିଧାନିକ କହିଲେ ଏହି ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଣମୁସଲିମଙ୍କୁ ଭାରତର ନାଗରିକତା ଦେବା ପାଇଁ ଲୋକସଭା ପରେ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ(ସିଏବି)୨୦୧୯ ପାରିତ ହୋଇଛି। ବିଜେପି ଆଜିର ଦିନକୁ ଐତିହାସିକ ବୋଲି କହି ଉତ୍ସବ ପାଳୁଥିଲେ ହେଁ ବିରୋଧୀ ଦଳଗୁଡ଼ିକ ଏହା ନାସପନ୍ଦ କରିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା କହିଛନ୍ତି, “ଏହି ବିଲ ସଂଖ୍ୟାଲଘୁଙ୍କ ଅଧିକାରକୁ କ୍ଷୁଣ୍ଣ କରିବ ଓ ଏହା ଅସାମ୍ବିଧାନିକ। ଏହି ବିଲ୍‌ ଧର୍ମ ନିରପେକ୍ଷର ବିରୋଧୀ। ସମ୍ବିଧାନକୁ ଅଣଦେଖା କରାଯାଇ ଏହି ବିଲ ପ୍ରସ୍ତୁତ ହୋଇଛି। ଆମେ କେବେ ହେଲେ ଧର୍ମ ନିରପେକ୍ଷ ଆଦର୍ଶରୁ ବାହାରି ଆଇନ ପ୍ରଣୟନ କରିପାରିବା ନାହିଁ। ମୁଁ କେବେ ହେଲେ ଏହି ବିଲକୁ ପସନ୍ଦ କରିପାରିବି ନାହିଁ। ଏହା ଦେଶରେ ବିଶୃଙ୍ଖଳା ସୃଷ୍ଟି କରିବ।”