ଆମେରିକୀୟ ହେବାକୁ  ଅଧିକ ପସନ୍ଦ କରନ୍ତି ଭାରତୀୟ

ନୂଆଦିଲ୍ଲୀ: ଆମେରିକାର ନାଗରିକତା ହାସଲ କରିବା ପାଇଁ ୨୦୦୫ ରୁ ୨୦୧୫ ମଧ୍ୟରେ ପ୍ରବାସୀ ଭାରତୀୟ ଅଧିକ ଇଚ୍ଛା ପ୍ରକାଶ କରିଥିଲେ ବୋଲି ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ପେଭ୍‌ ରିସର୍ଚ୍ଚ ସେଣ୍ଟର କହିଛି ଯେ ୨୦୧୫ ମଧ୍ୟରେ ପ୍ରାୟ ୮୦ ପ୍ରତିଶତ ପ୍ରବାସୀ ଭାରତୀୟ ଆମେରିକା ନାଗରିକ ହେବା ପାଇଁ ଆଗ୍ରହ ଦେଖାଇଥିଲେ। ସେହିପରି ୨୦୦୫ରେ ଏହି ସଂଖ୍ୟା ୬୯ ପ୍ରତିଶତ ଥିଲା।

ପେଭ୍‌ ରିସର୍ଚ୍ଚ ସେଣ୍ଟର ପକ୍ଷରୁ କୁହାଯାଇଛି,“ ବର୍ଷ ୨୦୦୫ରୁ ୨୦୧୫ ମଧ୍ୟରେ ଭାରତରୁ ଆମେରିକା ନାଗରିକତ୍ୱ ହାସଲ କରିବା ପାଇଁ ହୋଇଥିବା ଆବେଦନ ସଂଖ୍ୟା ୧୨ ପ୍ରତିଶତ ବୃଦ୍ଧି ସହ  ସର୍ବାଧିକ ୮୦ ପ୍ରତିଶତ ରହିଥିଲା।”