ପୋଲିସ କମିଶନର ହେଲେ ଦ୍ୱିତୀୟ ଶ୍ରେଣୀର ଛାତ୍ର

ନୂଆଦିଲ୍ଲୀ: ଷ୍ଟାଣ୍ଡାର୍ଡ ୨ର ଛାତ୍ର  ଗୋଟିଏ ଦିନ ପାଇଁ ହାଇଦ୍ରାବାଦର ପୋଲିସ କମିଶନର ହୋଇଥିଲେ। ଗତକାଲି ପୋଲିସ କମିଶନରଙ୍କ ଚୌକିରେ ବସିଥିଲେ ହାଇଦ୍ରାବାଦର ଏହି ଛାତ୍ର ଡି.ଇଶାନ। ଜୀବନ କ’ଣ ଜାଣିବା ପୂର୍ବରୁ ତାଙ୍କୁ ବ୍ଲଡ କ୍ୟାନସର ହୋଇଯାଇଥିଲା। ସେ ପାଠ ପଢି ବଡ ମଣିଷ ହେବେ, ଆଉ ପୋଲିସ ଚାକିରି କରିବେ ବୋଲି ଇଶାନଙ୍କ ଇଚ୍ଛା ଥିଲା। ତାଙ୍କର ଏହି ଇଚ୍ଛାକୁ ପୂରଣ କରିବା ପାଇଁ ହାଇଦ୍ରାବାଦ ପୋଲିସ ସୁଯୋଗ ଦେଇଥିଲା। ଏଥିରେ ସେ ଖୁବ ଖୁସି ଅନୁଭବ କରିଥିଲେ ବୋଲି ଇଶାନ କହିଥିଲେ ।