ପରଲୋକରେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ମୃଣାଳିନୀ ସାରାଭାଇ

ନୂଆଦିଲ୍ଲୀ: ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ତଥା ନୃତ୍ୟ ନିର୍ଦ୍ଦେଶକ ମୃଣାଳିନୀ ସାରାଭାଇଙ୍କ ଗୁରୁବାର ଅହମ୍ମଦାବାଦରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା। ମୃଣାଳିନୀଙ୍କ ଝିଅ ମଲ୍ଲିକା ସାରାଭାଇ ଫେସବୁକରେ ଏ ଖବର ଜଣାଇଥିଲେ। ବୁଧବାର ତାଙ୍କୁ ଗୁରୁତର ଅବସ୍ଥାରେ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମୃଣାଳିନୀ ସାରାଭାଇ ୧୯୧୮ ମସିହା ମେ’ ୧୧ ତାରିଖରେ କେରଳରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ମା’ ତଥା ପୂର୍ବତନ ସାଂସଦ ଅମ୍ମୁ ସ୍ୱାମୀନାଥନ୍ ଦର୍ପଣା ଏକାଡେମୀର ପ୍ରତିଷ୍ଠାତା ଥିଲେ। ଏବେ ଏହି ସଂସ୍ଥାର ଦାୟିତ୍ୱ ବୁଝୁଛନ୍ତି ମୃଣାଳିନୀଙ୍କ ଝିଅ ମଲିଲିକା ସାରାଭାଇ।

ମୃଣାଳିନୀ ସାରାଭାଇଙ୍କୁ ଭାରତ ସରକାର ପଦ୍ମଭୂଷଣ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ପ୍ୟାରିସର ଅନ୍ତର୍ଜାତୀୟ ନୃତ୍ୟ ପରିଷଦ ପକ୍ଷରୁ ତାଙ୍କୁ କାର୍ଯ୍ୟକାରୀ କମିଟିର ସଦସ୍ୟ ମଧ୍ୟ କରାଯାଇଥିଲା।