ଯୋଗୀଙ୍କୁ ଯୋଗ ଶିଖାଇଲେ ଯୋଗବାବା

ଲକ୍ଷ୍ନୌ: ଯୋଗଗୁରୁ ବାବା ରାମଦେବଙ୍କ କ୍ରେଜ୍‌ ତ ସମସ୍ତେ ଜାଣନ୍ତି। ଯୋଗକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ତାଙ୍କ ଉଦ୍ୟମ ପ୍ରଶଂସନୀୟ। ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ଦେଶର ନେତା ଓ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ବହୁତ ସମ୍ମାନ ଦେଇଥାନ୍ତି। ମୋଦିଙ୍କ ପରେ ସାରା ଦେଶରେ ଚର୍ଚ୍ଚିତ ଚେହେରା ପାଲଟି ଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାବାଙ୍କ ଫ୍ୟାନ ବନି ଯାଇଛନ୍ତି। ଯୋଗୀ ଯୋଗବାବାଙ୍କ ପାଖରୁ ଯୋଗ ଶିକ୍ଷା କରିଛନ୍ତି। କେବଳ ଯୋଗୀ ନୁହନ୍ତି ରାଜ୍ୟପାଳ ରାମ ନାଏକ ମଧ୍ୟ ବାବାଙ୍କ ପାଖରୁ ଯୋଗ ତାଲିମ ନେଇଛନ୍ତି। ଏହି କାର୍ଯ୍ୟକ୍ରମ ରାଜପାଳଙ୍କ କହିବା ଅନୁସାରେ ରାଜଭବନରେ ହିଁ ଆୟୋଜନ ହୋଇଥିଲା।

ଯୋଗଗୁରୁ ଭାରତ ଭୂଷଣ ମେ’ ମାସରେ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ବେଳେ ଏହି ପ୍ରସ୍ତାବ ଦେଇଥିଲେ। ଯାହାକୁ ରାଜ୍ୟପାଳ ସଙ୍ଗେ ସଙ୍ଗେ ଗ୍ରହଣ କରିବା ସହ ରାଜଭବନରେ ହିଁ ଏହାକୁ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ସମେତ ଯୋଗାଚାର୍ଯ୍ୟ ଚିନ୍ମୟ ପାଣ୍ଡିୟା, ବିଭିନ୍ନ ଯୋଗ ସଂସ୍ଥାର ସଦସ୍ୟ, ରାଜ୍ୟର ସବୁ ମନ୍ତ୍ରୀ, ବରିଷ୍ଠ ପ୍ରଶାସନୀକ ଅଧିକାରୀ ଓ ପୋଲିସ୍‌ ଅଧିକାରୀମାନେ ସାମିଲ ହୋଇଥିଲେ।