ବେଜିଂ: କୋଇଲା ଖଣିରେ ପାଣି ପଶି ୧୧ ଶ୍ରମିକ ନିଖୋଜ

ବେଜିଂ: ଚୀନର ଉତ୍ତର ପଶ୍ଚିମର ଆୟୋଝିୱ ଜିଲ୍ଲାର ଶାଂକ୍ସୀ ଅଞ୍ଚଳରେ ଥିବା କୋଇଲା ଖଣିରେ ଆଜି ପାଣି ପଶିଯିବା ଫଳରେ ୧୧ ଜଣ  ଶ୍ରମିକ ନିଖୋଜ ଅଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଆଜି ସକାଳ ଆଠ ବେଳେ ଘଟିଥିଲା। ଆଜି  ଆୟୋଝିୱ ଜିଲ୍ଲାର ଝାଓଜୀନ କୋଇଲା ଖଣିରେ  ୬୭  ଜଣ  ଶ୍ରମିକ କାମ କରୁଥିଲେ। କୋଇଲା ଖଣିରେ ପଶିଯିବା ଯୋଗୁଁ ୧୧ ଜଣ ଶ୍ରମିକ ନିଖୋଜ ଅଛନ୍ତି। ୫୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଥିବା ଅନ୍ୟ ଶ୍ରମିକମାନଙ୍କୁ  ଉଦ୍ଧାର କରିବା  ପାଇଁ ପ୍ରଶାସନ ପକ୍ଷରୁ ଅଭିଯାନ ଜାରି ରହିଛି।

ଗତବର୍ଷ  ଅଗଷ୍ଟ ମାସରେ  ଚୀନର  ପୃଥକ ପୃଥକ  ଜାଗାରେ କୋଇଲା ଖଣିରେ ଦୁର୍ଘଟଣା  ଘଟିବା ଯୋଗୁଁ ୧୦ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଶ୍ରମିକ ନିଖୋଜ ହୋଇଥିଲେ।