କଫି ଡେ’ର ଅନ୍ତରୀଣ ଅଧ୍ୟକ୍ଷ ହେଲେ ଏସ୍‌ଭି ରଙ୍ଗନାଥ

ନୂଆଦିଲ୍ଲୀ: କ୍ୟାଫେ କଫି ଡେ’ର ମାଲିକ ଭିଜି ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ପରେ ଆଜି କଫି ଡେ’ ଗ୍ରୁପ ପକ୍ଷରୁ  ଅନ୍ତରୀଣ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହୋଇଛି। ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏ ଏସଭି ରଙ୍ଗନାଥ କଫି ଡେ’ର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ସୋମବାର ରାତିରୁ ନିଖୋଜ ହୋଇଥିବା ସିସିଡି ମାଲିକ ସିଦ୍ଧାର୍ଥଙ୍କ ମୃତଦେହ ଆଜି ସକାଳୁ ନେତ୍ରବତୀ ନଦୀ କୂଳରୁ ଉଦ୍ଧାର ହୋଇଛି।

ଅନ୍ତରୀଣ ଅଧ୍ୟକ୍ଷ ହୋଇତବା ରଙ୍ଗନାଥ ଏବେ ନନ୍-ଏକ୍ସ୍ୟୁକେଟିଭ୍ ଇଣ୍ଡିପେଣ୍ଡେଣ୍ଟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। କମ୍ପାନୀ ପକ୍ଷରୁ ନୀତୀନ ବାଗମାନେଙ୍କୁ ଅନ୍ତରୀଣ ମୁଖ୍ୟ ଅପରେସନ ଅଫିସର(ସିଓଓ) ଭାବେ ମଧ୍ୟ ନିଯୁକ୍ତ କରାଯାଇଛି।