ପାଞ୍ଚ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀର ଶୀତ

ନୂଆଦିଲ୍ଲୀ: ୫ ବର୍ଷ ରେକର୍ଡ ଭାଙ୍ଗିଛି ଦିଲ୍ଲୀର ଶୀତ। ପୂରା ଉତ୍ତର ଭାରତରେ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଆଜି ସକାଳେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀକୁ ଖସି ଆସିଥିଲା। ଅନ୍ୟପକ୍ଷରେ ଘନ କୁହୁଡି କାରଣରୁ ରାଜଧାନୀ ଦିଲ୍ଲୀକୁ ଯାତାୟତ କରୁଥିବା ୪୪ଟି ଟ୍ରେନ୍‌ ପ୍ରଭାବିତ ହୋଇଛନ୍ତି। ୧୧ଟି ଟ୍ରେନ୍‌କୁ  ବାତିଲ କରାଯାଇଥିବା ବେଳେ ୨୬ଟି ଟ୍ରେନ୍‌ ବିଳମ୍ବରେ ଚାଲିବ। ଅନ୍ୟ ୭ଟି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି।

ପାଣିପାଗ ଖବର ମୁତାବକ ଆସନ୍ତା ଦୁଇ ଦିନରେ ଉତ୍ତର ଭାରତରେ ପାରଦ ଆହୁରି ତଳକୁ ଖସିବ।