ନକଲି ମୋଦିଙ୍କ ଫଟୋ ପୋଷ୍ଟ କରି ହରଡ଼ଘଣାରେ କମେଡି ଗ୍ରୁପ୍‌

ନୂଆଦିଲ୍ଲୀ: ମୋଦିଙ୍କୁ ବିଦ୍ରୁପ କରି କମେଡି ଗ୍ରୁପ ‘ଏଆଇବି’ ପୁଣି ଥରେ ସମସ୍ୟାରେ ପଡିଛି। ଏପରି ବିଦ୍ରୁପ୍‌ ଗ୍ରୁପ୍‌ ପକ୍ଷରୁ ଟ୍ୱିଟରରେ କରାଯାଇଛି। ଏପରି ଟ୍ୱିଟ୍‌ ପରେ ଟ୍ୱିଟର ୟୁଜରଙ୍କଠାରୁ ଗ୍ରୁପ୍‌କୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ପରେ ଗ୍ରୁପ୍‌ ପକ୍ଷରୁ ଏହାକୁ ଡିଲିଟ୍‌ କରିଦିଆଯାଇଛି। ହେଲେ ସେତେବେଳକୁ ଏହା ମୁମ୍ବାଇ ପୋଲିସ୍‌ର ନଜରକୁ ଆସି ସାରିଥିଲା ଓ ପୋଲିସ୍‌ ଏହାର ତଦନ୍ତ ପାଇଁ ସାଇବର ସେଲ୍‌କୁ ଅନୁରୋଧ କରିଛି।

ଗ୍ରୁପ୍‌ ପକ୍ଷରୁ ମୋଦିଙ୍କ ଏକ ଫଟୋ ପୋଷ୍ଟ କରାଯାଇଥିଲା। ହେଲେ ଏହି ଫଟୋଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନ ଥିଲା। ବରଂ ମୋଦିଙ୍କ ପରି ଅବିକଳ ଦିଶୁଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କର ଥିଲା। ବ୍ୟକ୍ତି ଜଣଙ୍କ ଏକ ଷ୍ଟେସନ୍‌ରେ କାନ୍ଧରେ ଗ୍ୟାଗ ଝୁଲାଇ ମୋବାଇଲ ବ୍ୟବହାର କରୁଥିବାର ଦୃଶ୍ୟ ଥିଲା। ଯାହାକୁ ବହୁ ଲୋକ ସମାଲୋଚନା କରିଛନ୍ତି।

ତେବେ ଏପରି ଘଟଣା ଗ୍ରୁପ୍‌ ପାଇଁ କିଛି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଏଆଇବି ବିବାଦରେ ରହି ସାରିଛି। ୨ ବର୍ଷ ପୂର୍ବେ ଅଶ୍ଳିଳତା ପ୍ରଚାର କରିବା ଭଳି ଅଭିଯୋଗ ହୋଇଥିଲା।

ଗ୍ରୁପ୍‌ ପକ୍ଷରୁ ପୋଷ୍ଟ ଡିଲିଟ୍‌ କରାଯାଇଥିଲେ ମଧ୍ୟ ଏହା ସେମାନଙ୍କ ଉପରେ କିଛି ଫରକ୍‌ ପକାଇବା ଭଳି ମନେ ହେଉନାହିଁ। କାରଣ ଗ୍ରୁପ୍‌ର ଜଣେ କମେଡିୟାନ ଟ୍ୱିଟ୍‌ କରି କହିଛନ୍ତି- “ଆମେ ଏମିତି ଜୋକ୍ସ ପୋଷ୍ଟ କରିବୁ, ଦରକାର ପଡିଲେ ଡିଲଇଯ୍‌ ମଧ୍ୟ କରିବୁ। ଏପରିକି ଆମେ ଆବଶ୍ୟକ ହେଲେ କ୍ଷମା ମଧ୍ୟ ମାଗିବୁ। ହେଲେ ଜୋକ୍ସ ବନାଇବା ବନ୍ଦ କରିବୁ ନାହିଁ। ଆମ ସମ୍ପର୍କରେ ଯିଏ ଯାହା ଭାବୁ ଏହା ଆମ ଉପରେ କିଛି ଫରକ ପକାଇବ ନାହିଁ।”