ରାତିରେ କମେଡି ଶୋ’, ଦିନରେ ମନ୍ତ୍ରୀପଦ ସମ୍ଭାଳିବେ ସିଦ୍ଧୁ

ଚଣ୍ଡିଗଡ: କ୍ରିକେଟରୁ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିବା ପୂର୍ବତନ କ୍ରିକେଟ୍‌ର ନବଜୌତ୍‌ ସିଂ ସିଦ୍ଧୁ ଛଡିବେ ନାହିଁ କପିଲ ଶର୍ମାଙ୍କ କମେଡି ଶୋ’। ପଂଜାବ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ଏବେ ମନ୍ତ୍ରୀ ପଦ ପାଇଛନ୍ତି ସିଦ୍ଧୁ । ମନ୍ତ୍ରୀପଦ ପାଇଲା ପରେ ସିଦ୍ଧୁ କମେଡି ଶୋ’

କରିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ମନ୍ତ୍ରୀପଦରେ ଶପଥ ନେବାର ଗୋଟିଏ ଦିନ ପରେ ସିଦ୍ଧୁ କହିଛନ୍ତି,“ସେ କମେଡି ଶୋ’ ଛାଡିବେ ନାହିଁ। କମେଡି ନାଇଟ୍‌ ୱିଥ୍‌ କପିଲ୍‌ରେ ସେ କାମ କରିବା ଜାରି ରଖିବେ। ଏହାଦ୍ୱାରା ମନ୍ତ୍ରୀ ଭାବେ ତାଙ୍କ କାମ ପ୍ରଭାବିତ ହେବ ନାହିଁ।”

ସେ ରାତିରେ କମେଡି ଶୋ’ ରେକର୍ଡିଂ କରିବେ ଆଉ ଦିନରେ ମନ୍ତ୍ରୀ ଭାବେ କାମ କରିବେ ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି,“ପଂଜାବ ବାସୀଙ୍କ ସେବା ପାଇଁ ମୁଁ ଯଥା ସମ୍ଭବ ଚେଷ୍ଟା କରିବି।”

ଅନ୍ୟପଟେ ସିଦ୍ଧୁଙ୍କ ଏହି  ନିଷ୍ପତ୍ତି ପରେ ତାଙ୍କୁ ବିଭିନ୍ନ ରାଜନୈତିକ ବ୍ୟକ୍ତିଙ୍କ ସମାଲୋଚନାର ଶିକାର ହେବାକୁ ପଡିଛି। ମନ୍ତ୍ରୀପଦ କିମ୍ବା ଟିଭି ଶୋ’ ଏହା ଭିତରୁ ଗୋଟିଏକୁ ଚୟନ କରିବାକୁ କହିଛନ୍ତି କଂଗ୍ରେସ ଦଳର ରାଜ୍ୟସଭା ସାଂସଦ କେଟିଏସ୍‌ ତୁଲସୀ।