ସର୍ବାଧିକ କଣ୍ଡୋମ ବ୍ୟବହାରକାରୀ ବ୍ୟକ୍ତି ହେଉଛନ୍ତି ଅବିବାହିତ, ୧୦ ବର୍ଷରେ ୬ ଗୁଣା ବଢିଛି ବ୍ୟବହାର

ନୂଆଦିଲ୍ଲୀ: ସୁରକ୍ଷିତ ଯୌନ ସମ୍ପର୍କ ରକ୍ଷା ପାଇଁ ଜାତୀୟ ପରିବାର ନିୟୋଜନ ଯୋଜନ ମଧ୍ୟମରେ ସରକାର ସଚେତନ କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କଣ୍ଡୋମ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। ୧୦ ବର୍ଷ ତଳେ ଏହାର ବ୍ୟବହାର ମାତ୍ର ୨ ପ୍ରତିଶତ ଲୋକେ କରୁଥିବା ଦେଖାଯାଉଥିବା ବେଳେ ଚଳିତ ବର୍ଷ ସର୍ଭେରେ ଏଥିରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨ ପ୍ରତିଶତର ଏହି ହାର ବୃଦ୍ଧି ପାଇ ୧୨ ପ୍ରତିଶତ ହୋଇଛି। ଏବଂ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବ୍ୟବହାରକାରୀଙ୍କ ମଧ୍ୟରେ ରହିଛନ୍ତି ସର୍ବଧିକ ଅବିବାହିତ । ଏପରିକି ୨୦ରୁ ୨୪ ବର୍ଷ ବୟସ୍କ ଅବିବାହିତ ମହିଳା ଏହି ପଦ୍ଧତିକୁ ଆପଣାଇବାରେ ସବୁଠାରୁ  ଆଗରେ ରହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଏହି ତଥ୍ୟ ଦେଇଛନ୍ତି।

୧୫ରୁ ୪୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ବ୍ୟବହୃତ ହୋଇଛି। ସର୍ବେକ୍ଷଣ ମୁତାବକ ୮ ଜଣରୁ ୩ ଜଣଙ୍କ ମଧ୍ୟରେ ଏହି ଧାରଣା ରହିଥିଲା ଯେ, ପରିବାର ନିୟୋଜନ କେବଳ ମହିଳାମାନଙ୍କ ଚିନ୍ତା। ଏଥିରେ ପୁରୁଷର ବିଶେଷ ଚିନ୍ତା କରିବାର ଅବାଶ୍ୟକ ନାହିଁ। ଏଣୁ କଣ୍ଡୋମ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ କମ୍‌ ଥିଲା। କିନ୍ତୁ ସମୟ ପରିବର୍ତ୍ତନ ହେବା ସହ ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିଛି । ସୁରକ୍ଷିତ ଯୌନ ସମ୍ପର୍କ ରକ୍ଷା ପରିବାର ନିୟୋଜନ କ୍ଷେତ୍ରରେ ପୁରୁଷର ଭାରିଦାରୀ ଏହି ପରିବର୍ତ୍ତନ ସୂଚନା ଦେଉଛି।

୨୦ରୁ ୨୪ ବର୍ଷ ବୟସର ମହିଳା କଣ୍ଡୋମ ବ୍ୟବହାରକୁ ପ୍ରାଧାନ୍ୟ ଦେଉଥିବା ବେଳେ ଏବେ ମଧ୍ୟ ଏକ ବୃହତ୍‌ ମହିଳା ଗୋଷ୍ଠୀ ପୁରୁଣା ତଥା ପାରମ୍ପରିକ ଗର୍ଭନିରୋଧକ ପଦ୍ଧତିକୁ ଆପଣାଉଥିବା ଦେଖିବାକୁ ମିଳୁଛି । ଯାହାକି, ଋତୁସ୍ରାବ ନିୟନ୍ତ୍ରଣ ବ୍ୟବସ୍ଥାକୁ ଆଧାର କରି ପୂର୍ବ ସମୟରୁ ରହିଆସିଛି।