କଂଗ୍ରେସ ଛାଡିଥିବା ନେତା ସବୁ ଅଳିଆ: ରାହୁଲ

ଡେରାଡୁନ: ଦଳ ବଦଳ କରିଥିବା ନେତାଙ୍କୁ ନେଇ କଂଗ୍ରେସ ଉପାଧ୍ୟକ୍ଷ ଦେଇଥିବା ମନ୍ତବ୍ୟ ବିବାଦୀୟ ହେବାରେ ଲାଗିଛି। ଆଜି ଉତ୍ତରାଖଣ୍ଡରେ ନିର୍ବାଚନ ପ୍ରଚାର ବେଳେ ରାହୁଲ ଦଳ ବଦଳ କରିଥିବା କିଛି ନେତାଙ୍କୁ ନେଇ କଟୁ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ,“କଂଗ୍ରେସରୁ ସଫା କରାଯାଇଥିବା କିଛି ଅଳିଆକୁ ମୋଦି ନେଇ ତାଙ୍କ ଦଳରେ ରଖିଛନ୍ତି।”

ରାହୁଲ କହୁ କହୁ ଏମିତି କିଛି ନେତାଙ୍କୁ ମଧ୍ୟ ଅଳିଆ କହି ଦେଲେ ଯେଉଁମାନେ କଂଗ୍ରେସରେ ୨୫ରୁ ବର୍ଷରୁ ଊର୍ଦ୍ଧ୍ୱ ରହିବା ସହ ବିଭିନ୍ନ ପଦ ପଦବୀରେ ରହିଥିଲେ।