ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିପାରେ ଝଟକା; ରାହୁଲଙ୍କ ଟ୍ୱିଟରକୁ ଫଲୋ କରିବା ବନ୍ଦ କଲେ ବାଘେଲା

ଅହମଦାବାଦ: ଅସନ୍ତୁଷ୍ଟ ଅଛନ୍ତି ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ଶଙ୍କର ସିଂହ ବାଘେଲା। ତାଙ୍କ ଅସନ୍ତୋଷର କାରଣ ଜଣାପଡ଼ିନି। ତାଙ୍କ ଅସନ୍ତୋଷ କଥା ଚର୍ଚ୍ଚାର ବିଷୟ ପାଲଟିଥିଲା ବେଳେ ସେ ନିଜର ଟ୍ୱିଟର୍ ଆକାଉଣ୍ଟରୁ କଂଗ୍ରେସ ଉପ ସଭାପତି ରାହୁଲ ଗାନ୍ଧୀଙ୍କୁ ଅନ୍‌ଫଲୋ କରି ଦେଇଛନ୍ତି। କେବଳ ରାହୁଲ ନୁହଁନ୍ତି, ଦଳର ଆହୁରି ଅନେକ ବରିଷ୍ଠ ନେତାଙ୍କୁ ବି ସେ ଅନ୍‌ଫଲୋ କରି ଦେଇଛନ୍ତି। ଏହା ସହ ବିଜେପି ବିରୋଧରେ କରିଥିବା ଟ୍ୱିଟ୍‌ଗୁଡ଼ିକୁ ଡିଲିଟ୍‌ କରି ଦେଇଛନ୍ତି। ତେଣୁ ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ପାରନ୍ତି ବୋଲି କୁହାଯାଉଛି। ଏହି ୭୭ ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେପିକୁ ଫେରିପାରନ୍ତି ବୋଲି ଆଲୋଚନା ହେଉଛି।  କିଛି ଦିନ ତଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ଭେଟିଥିଲେ। ଏହା ପରେ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

ଗତକାଲି ବାଘେଲା କହିଥିଲେ ଯେ ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ। ତାଙ୍କର ଆଉ ଆଗ୍ରହ ନାହିଁ। ତେବେ ଦଳୀୟ ନେତୃତ୍ୱଙ୍କ ଉପରେ ଚାପ ପକାଇବା ପାଇଁ ବାଘେଲା ଏମିତି ରଣକୌଶଳ ଆପଣାଉଛନ୍ତି ବୋଲି କୁହାଯାଉଛି।

ସୌଜନ୍ୟ- ଆଜ୍‌ତକ୍‌