କଂଗ୍ରେସ ମଣିପୁରକୁ ବରବାଦ କରିଦେଇଛି: ମୋଦି

ଇମ୍ଫଲ: ମଣିପୁରର ଇମ୍ଫଲରେ ଆଜି ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ଦୀର୍ଘ ୧୫ ବର୍ଷ ହେଲା ମଣିପୁରରେ କ୍ଷମତାରେ ଥିବା କଂଗ୍ରେସ ରାଜ୍ୟକୁ ବରବାଦ କରିଦେଇଛି ବୋଲି ମୋଦି ଅଭିଯୋଗ କରିଛନ୍ତି। ଦୀର୍ଘବର୍ଷ ଶାସନ ଗାଦିରେ ବସିଥିଲେ ମଧ୍ୟ କଂଗ୍ରେସ ରାଜ୍ୟବାସୀଙ୍କ ପାଇଁ କିଛି କରିନାହିଁ ବୋଲି ମୋଦି କହିଛନ୍ତି।

୧୫ ବର୍ଷ ଶାସନରେ କଂଗ୍ରେସ ରାଜ୍ୟ ପାଇଁ ଯାହା କରିନାହିଁ ଆମେ ୧୫ ମାସରେ କରିଦେବୁ ବୋଲି କହିଛନ୍ତି।