ଭାଇରାଲ ହେଲା ରାହୁଲଙ୍କ ଫଟୋ: କ’ଣ କରୁଥିଲେ ବିମାନ ଭିତରେ?

1ମୁମ୍ବାଇ: କିଛି ଦିନ ତଳେ ପୂର୍ବ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଗୋଆରେ ସାଇକେଲ୍ ଚଲାଉଥିବା ଫଟୋ ଭାଇରାଲ୍‌ ହୋଇଥିଲା। ଏବେ ତାଙ୍କ ପୁଅ ତଥା କଂଗ୍ରେସର ନୂଆ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିମାନ ଫଟୋ ଭାଇରାଲ ହେଉଛି। ଆପଣ ଭାବୁଥିବେ ବିମାନରେ ରାହୁଲଙ୍କ ଫଟୋ କାହଁକି ଭାଇରାଲ ହେଉଛି? ସେ ଏମିତି କ’ଣ କରୁଥିଲେ?

ସୂଚନା ଅନୁଯାୟୀ, ନିକଟରେ ବିମାନରେ ରାହୁଲ ଗୋହ୍ୱାଟି ଯାଉଥିଲେ। ବିମାନ ଭିତରେ ଜଣେ ମହିଳାଙ୍କୁ ବ୍ୟାଗ ର୍ୟାକରେ ରଖିବା ସମୟରେ ଅସୁବିଧା ହେବାରୁ ସେ ତାଙ୍କୁ ବ୍ୟାଗ ୟାର୍କରେ  ରଖିବାରେ ସାହାଯ୍ୟ କରୁଥିଲେ। ଏହି ସମୟରେ ରାହୁଲଙ୍କ ଫଟୋକୁ ବିମାନରେ ଥିବା ଆଉ ଜଣେ ବ୍ୟକ୍ତି ଉଠାଇଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି।

ଡଃ. ସିତାରାମ ନାମକ ଜଣେ ବ୍ୟକ୍ତି ରାହୁଲଙ୍କ ଏହି ଫଟୋକୁ ଟ୍ୱିଟରରେ ସେୟାର କରିଥିଲେ।