ୱାଇନାଡରୁ ସଂସଦ ଗଲେ ରାହୁଲ

ନୂଆଦିଲ୍ଲୀ: ଚଳିତଥର ଦୁଇଟି ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ୁଥିବାରୁ ସଂସଦକୁ ଯିବା ପାଇଁ ସକ୍ଷମ ହୋଇଛନ୍ତି। ନିଜ ଗଡ଼ ଉତ୍ତର ପ୍ରଦେଶ ଆମେଠି ଲୋକସଭା ଆସନରେ ରାହୁଲ ଗାନ୍ଧି ହାରିଛନ୍ତି। ହେଲେ କେରଳ ୱାଇନାଡ ଆସନରୁ ଜିତିବାରେ ସକ୍ଷମ ହୋଇଛନ୍ତି। ଫଳରେ ସଂସଦକୁ ଯିବା ପାଇଁ ତାଙ୍କର ରାସ୍ତା ପକ୍କା ହୋଇଛି।

ଉତ୍ତର ପ୍ରଦେଶ ଆମେଠି ନିଜ ଗଡ଼ ହୋଇଥିଲେ ମଧ୍ୟ ରାହୁଲ ଗାନ୍ଧି ପରାଜୟ ହୋଇଛନ୍ତି। ଏମିତିକି ରାଏବରେଲି ଆସନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଆସନରେ କଂଗ୍ରେସ ହାରିଛି। ହେଲେ କେରଳରେ ରାହୁଲ ଗାନ୍ଧି ଲଢ଼ୁଥିବାରୁ କଂଗ୍ରେସକୁ ଫାଇଦା ମିଳିଛି। କେରଳରେ ୨୦ ଲୋକସଭା ଆସନରୁ କଂଗ୍ରେସ ଏକାକୀ ୧୫ଟି ଆସନରେ ବିଜୟୀ ହୋଇଛି। ୨୦୦୯ରେ କେରଳର ଏହି ଆସନ ଗଢା ହୋଇଥିଲା। ଏହାପରେ ଏହି ଆସନ କଂଗ୍ରେସ ପାଖରେ ରହିଛି।