ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚୌକିଦାର କହିଲେ ଏଇ କଂଗ୍ରେସ ନେତା, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦିଙ୍କୁ ପ୍ରଥମରୁ କଂଗ୍ରେସର ବାକ୍ୟବାଣର ଶିକାର ହେବାକୁ ପଡୁଛି। କେତେବେଳେ ତାଙ୍କୁ ‘ଚା ବାଲା’ କୁହାଗଲାଣି ତ କେତେବେଳେ ଲୁଟେରା । ଏମିତି ଅନେକ ବାକ୍ୟବାଣର ଶୀକାର ମୋଦିଙ୍କୁ ଆଉ ଗୋଟିଏ ନାଁ ଦେଇଛି କଂଗ୍ରେସ। ଦଳର ଅନ୍ୟତମ ବରିଷ୍ଠ ନେତା କପିଲ ସିବ୍ବଲ ନରେନ୍ଦ୍ର ମୋଦିଙ୍କୁ ଚୌକିଦାର କହି ସମ୍ୱୋଧନ କରିଛନ୍ତି। କହିଛନ୍ତି “ଚୌକିଦାର ଶୋଇଥିବା ବେଳେ, ଚୋର ଖସିଗଲା’।

ବାସ୍ତବ କଥାଟି ବିଏନ୍‌ବି ବ୍ୟାଙ୍କ ଘୋଟାଲା ସହ ସମ୍ପର୍କିତ। ଦେଶର ଦ୍ୱିତୀୟ ବିଜୟ ମାଲ୍ୟା କୁହାଯାଉଥିବା ନିରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୧ ହଜାର ୩ଶହ କୋଟି ଠକି ନେଇଥିବା ଅଭିଯୋଗରେ ଫେରାର ଥିବା ବେଳେ ଏଥିରେ ବିଜେପିର ପ୍ରମୁଖ ହାତ ଅଛି ବୋଲି କହିଛନ୍ତି ସିବ୍ବଲ। ପ୍ରଧାନମନ୍ତ୍ରୀ ମୋଦି ଓ ଅର୍ଥ ମନ୍ତ୍ରୀଙ୍କ ଜାଣତରେ ସବୁ କାମ ହୋଇଛି ଓ ସେମାନେ ନିରବଙ୍କୁ ଦେଶରୁ ଫେରାର ହୋଇଯିବାକୁ ପ୍ରଶ୍ରୟ ଦେଇଥିବା ସେ କହିଛନ୍ତି। ରାଜଧାନୀ ଦିଲ୍ଲୀର ଏକ ଖବରଦାତା ସମ୍ମିଳନୀରେ ସିବ୍ବଲଙ୍କ ଏହି ବକ୍ତବ୍ୟ ଏବେ ଚର୍ଚ୍ଚା ପରିସରରେ ରହିଛି।

ସିବ୍ବଲଙ୍କ ଅଭିଯୋଗ ହେଉଛି, ନିରବଙ୍କ ଗହଣା କମ୍ପାନୀର ମ୍ୟାର୍କଟ ଭ୍ୟାଲୁଠାରୁ ଦୁଇଗୁଣା ଅଧିକ ଋଣ ବ୍ୟାଙ୍କ ତାଙ୍କୁ ଦେଇଥିଲା। ଏଣୁ କେଉଁ ପରିପ୍ରେକ୍ଷିରେ ଏଭଳି କରାଗଲା ବୋଲି ସେ ପ୍ରଶ୍ନ କରି ପରୋକ୍ଷରେ ଏଥିପାଇଁ ବିଜେପିକୁ ଦାୟୀ କରିଛନ୍ତି।