ରାମ ରହିମଙ୍କ ଧରମ ଝିଅ ହନିପ୍ରୀତଙ୍କ ଜୀବନପ୍ରତି ବିପଦ, ହତ୍ୟା ପାଇଁ ହେଉଛି ଷଡ଼ଯନ୍ତ୍ର

ଚଣ୍ଡିଗଡ଼: ଦୁଇ ଜଣ ଅନୁଗାମୀଙ୍କୁ ଦୁଷ୍କର୍ମ କରି ଏବେ ଜେଲରେ ସଜ୍ଜା କାଟୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ୍‌ ରାମ ରହିମଙ୍କ ବିଷୟରେ ଯଦି କାହା ପାଖରେ ସବୁଠାରୁ ଅଧିକ ତଥ୍ୟ ଥାଏ, ତା’ହେଲେ ସେ ହେଉଛନ୍ତି ତାଙ୍କର ଧରମ ଝିଅ ହନିପ୍ରୀତ। ସେଥିପାଇଁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଗୁଇନ୍ଦା ସଂସ୍ଥାଗୁଡ଼ିକ ପକ୍ଷରୁ ସତର୍କ କରାଇ ଦିଆଯାଇଛି।  ହନିପ୍ରୀତଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ଗୁଇନ୍ଦା ସଂସ୍ଥାଗୁଡ଼ିକ ପକ୍ଷରୁ କୁହାଯାଇଛି। କିଏ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଛି ସେ ବିଷୟରେ ଜାଣିବା ପାଇଁ ଉଦ୍ୟମ କରାଯାଉଛି। ଏମିତି ବି ସନ୍ଦେହ କରାଯାଉଛି ଯେ ତାଙ୍କୁ ହତ୍ୟା କରି ଦିଆଯାଇନିତ। ତେବେ ଏହି ଖବର ବି ମିଳିଛି ଯେ ହନିପ୍ରୀତ ଉତ୍ତର ପ୍ରଦେଶ ଦେଇ ନେପାଳକୁ ପଳାଇଛନ୍ତି।

ରାମ ରହିମଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଯିବା ପରଠାରୁ ହନିପ୍ରୀତ ଫେରାର ଅଛନ୍ତି। ପୋଲିସ୍ ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରିବା ସହିତ ଲୁକ୍‌ ଆଉଟ୍ ନୋଟିସ୍ ଜାରି କରିଛି। ଭାରତର ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜା ଯାଉଛି।

ରାମ ରହିମ ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ହନିପ୍ରୀତଙ୍କ ପରାମର୍ଶ ନେଉଥିଲେ। ତାଙ୍କ ହାତରେ ଡେରା ସବୁ ଚାବି କାଠି ଥିଲା।  ଟଙ୍କା ପଇସା ଠାରୁ ଆରମ୍ଭ କରି ଡେରାର ସବୁ କାର୍ଯ୍ୟରେ ହନିପ୍ରୀତ ନିଷ୍ପତ୍ତି ନେଉଥିଲେ। ସେ ରାମ ରହିମଙ୍କ ଫିଲ୍ମଗୁଡ଼ିକର ପ୍ରଡକ୍ସନ ଦାୟିତ୍ୱ ନେଉଥିଲେ। ସେ ନିଜେ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ।

ଡେରାରେ ତାଙ୍କର ବହୁତ ଗୁରୁତ୍ୱ ଥିଲା। ସେ ଗ୍ଲାମରସ୍‌ ପୋଷାକ ପିନ୍ଧୁଥିଲେ। ରାମ ରହିମ ନ ଥିବା ବେଳେ ଡେରାର  ଲୋକେ ତାଙ୍କୁ କମେଣ୍ଟ୍ ମାରୁଥିଲେ। ଏମିତିକି ସିଟି ମଧ୍ୟ ମାରୁଥିଲେ। କିନ୍ତୁ ରାମ ରହିମ ତାଙ୍କ ଉପରେ ସବୁକିଛି ଅଜାଡ଼ି ଦେଉଥିଲେ।

ରାମ ରହିମ ଓ ହନିପ୍ରୀତଙ୍କ ମଧ୍ୟରେ ଶାରୀରିକ ସଂପର୍କ ଥିବା ନେଇ ପ୍ରଥମେ ବିଶ୍ୱାସ ଗୁପ୍ତା ଅଭିଯୋଗ କରିଥିଲେ। ବିଶ୍ୱାସ ହେଉଛନ୍ତି ହନିପ୍ରୀତଙ୍କ ପୂର୍ବତନ ସ୍ୱାମୀ।

ଆହୁରି ପଢ଼ନ୍ତୁ– ରାମ ରହିମଙ୍କ ଧରମ ଝିଅ ହନିପ୍ରୀତ ନିଖୋଜ; ପୋଲିସ୍ ଜାରି କଲା ଲୁକ୍ଆଉଟ୍ ନୋଟିସ୍