ବିଜେପି ନେତାଙ୍କ କାର୍‌ ଅଟକାଇବାକୁ ଯାଇ ବନେଟ ଉପରକୁ ଚଢ଼ିଗଲେ କନଷ୍ଟେବଲ

ନୂଆଦିଲ୍ଲୀ: ଭୁଲ ରାସ୍ତାରେ ଚଲାଉଥିବା ଜଣେ ବିଜେପି ନେତାଙ୍କ କାରକୁ ଅଟକାଇବାକୁ ଯାଇ ଜଣେ କନଷ୍ଟେବଲ ଦୁଃସାହସିକ କାମ କରିଛନ୍ତି। ଚଳନ୍ତା କାରର ବନେଟ ଉପରକୁ ଚଢ଼ି ଯାଇଥିଲେ କନଷ୍ଟେବଲ। ଏମିତି ଏକ ଘଟଣା ହରିୟାଣାର ରେୱାଡ଼ିରେ ଅଞ୍ଚଳରେ ଘଟିଛି। ହେଲେ ଆଶ୍ଚର୍ଯ୍ୟ କଥା, ଡ୍ରାଇଭର ନ ଅଟକି ଗାଡ଼ିକୁ ୨୦୦ ମିଟର ଆଗକୁ ନେଇଯାଇଥିଲା।

ସୂଚନା ଅନୁଯାୟୀ, ଗତକାଲି ବିଜେପି ନେତା ସତୀଶ ଖୋଲାଙ୍କ କାରଟି ଭୁଲ ରାସ୍ତାରେ ଯାଉଥିଲା। ଏହି ସମୟରେ ଡ୍ୟୁଟିରେ ଥିବା କନଷ୍ଟେବଲ ତାଙ୍କ ଗାଡ଼ିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା।
ତଥାପି ଡ୍ରାଇଭର ଗାଡ଼ିକୁ ଅଟକାଇ ନଥିଲେ। ଗାଡ଼ିଟିକୁ ୨୦୦ ମିଟର ଆଗକୁ ନେଇ ଯାଇଥିଲେ। ଡ୍ରାଇଭର ଗାଡ଼ି ନ ଅଟକାଇବାରୁ କନଷ୍ଟେବଲ ଜଣଙ୍କ କାରର ବନେଟ୍ ଉପରେ ଚଢ଼ି ଯାଇଥିଲେ। କାର ଭିତରେ ବିଜେପି ନେତା ସତୀଶ ଖୋଲା ବି ଥିଲେ।

ସତୀଶ ଖୋଲା କହିଛନ୍ତି,“ ଡ୍ରାଇଭର ଜାଣିଶୁଣି ଏପରି କରିନାହିଁ।”

ଲୋକମାନେ ଏହି ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡ କରି ଥିଲେ। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।