ସିପିଆଇର ବରିଷ୍ଠ ନେତା ଏବି ବର୍ଦ୍ଧନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ: କମ୍ୟୁନିଷ୍ଟ୍ ପାର୍ଟିର ବରିଷ୍ଠ ନେତା ଏବି ବର୍ଦ୍ଧନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ସୋମବାର ସକାଳେ ତାଙ୍କୁ ଦିଲ୍ଲୀର ଜିବି ପନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୯୧ ବର୍ଷୀୟ ବର୍ଦ୍ଧନ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇପଡ଼ିଛନ୍ତି। ହଠାତ୍ ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିବାରୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁଆରୀରେ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ।