ବାଣ କାରଖାନାରେ ଅଗ୍ନିକାଣ୍ଡ: ୮ ମୃତ, ୨୫ ଆହତ

ରାଞ୍ଚି: ଝାଡ଼ଖଣ୍ଡର କୁମାରଧୁବିରେ ଥିବା ଏକ ବାଣ କାରଖାନାରେ ଆଜି ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।  ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ୫ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସେହିପରି ପଶ୍ଚିମବଙ୍ଗଳାର ଉମଦଙ୍ଗାରେ ଥିବା ଏକ ବାଣ କାରଖାନାରେ ନିଆଁ ଲାଗିବାରୁ ୨୪ ଜଣ ଆହତ ହୋଇଛନ୍ତି।