ପ୍ରେମିକାଙ୍କୁ ପାଇବା ପାଇଁ ଆତଙ୍କବାଦୀ ସାଜିଲେ ପ୍ରେମିକ, ଫସିଗଲା ପୋଲିସ

ଜମ୍ମୁ: ଜମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ଚାଲୁଥିବା ବେଳେ ସଙ୍କଟରେ ଫସିଗଲା ପୋଲିସ।  ପୋଲିସ ୪ ଜଣ ଯୁବକଙ୍କୁ ଆତଙ୍କବାଦୀ ଭାବି  ଗିରଫ କରିଥିଲା।  କିନ୍ତୁ ପରେ ଗିରଫ ଯୁବକମାନେ ସ୍ଥାନୀୟ ଅଞ୍ଚଳର ଲୋକେ ଥିଲେ ବୋଲି ଜଣାପଡ଼ିଥିଲା। ଗିରଫ ଯୁବକଙ୍କ ମଧ୍ୟରୁ  ଜଣେ ଯୁବକ ତାଙ୍କ ଗାର୍ଲ ଫ୍ରେଣ୍ଡର ଭାବି ସ୍ୱାମୀକୁ  ଡରାଇବା ପାଇଁ ସମସ୍ତେ ଆତଙ୍କବାଦୀର ନାଟକ ରଚିବାକୁ ପଡ଼ିଥିଲା ବୋଲି ଜଣାପଡ଼ିଥିଲା।

ପୋଲିସ କହିବା ଅନୁଯାୟୀ ଗତ ଶନିବାର ସନ୍ଧ୍ୟାରେ ଦକ୍ଷିଣ କାଶ୍ମୀରରେ ଏକ ଗାଁରେ ୪ ଜଣ ଆତଙ୍କବାଦୀ ଲୁଚି ରହିଥିବା ସେମାନଙ୍କୁ ସୂଚନା ମିଳିଥିଲା।  ତେବେ ସେମାନଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ ଧରାପଡ଼ିଥିବା ବେଳେ ଅନ୍ୟ ୩ ଜଣ ଫେରାର ହୋଇଯାଇଥିଲେ।  ଧରାପଡ଼ିଥିବା ଯୁବକ ଜଣକୁ  ପୋଲିସ ନିଜ ଅକ୍ତିଆରକୁ ନେଇ ପଚରାଉଚରା କରିବା ପରେ ପୂରା ଘଟଣାର ପର୍ଦ୍ଦାଫାଶ ହୋଇଥିଲା।  ଧରାପଡ଼ିଥିବା ଯୁବକଙ୍କ ନାଁ ଆଦିଲ ବୋଲି ଜଣାପଡ଼ିଥିଲା।  ହେଲେ ସେ କୌଣସି ଆତଙ୍କବାଦୀ ନଥିଲେ ବରଂ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଥିଲେ।  ଜେରା ବେଳେ ଆଦିଲର କହିବା ଅନୁଯାୟୀ,  ଉକ୍ତ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ହୋଇଯାଇଥିଲା।  କିନ୍ତୁ ଯୁବତୀଙ୍କ ଘର ଲୋକେ ଏଥିରେ ରାଜି ନ ଥିଲେ।

ଆଉ ଯୁବତୀଙ୍କ ଇଚ୍ଛା  ବିରୋଧରେ ଅନ୍ୟତ୍ର ବିବାହ ପାଇଁ ପରିବାର ଲୋକେ ସ୍ଥିର କରିଦେଇଥିଲେ।  ତେଣୁ ନିଜ ପ୍ରେମିକାର ଏହି ବାହାଘର ଭାଙ୍ଗିବାକୁ  ଆଦିଲଙ୍କୁ ଆତଙ୍କବାଦୀ ସାଜିବାକୁ ପଡ଼ିଥିଲା। ଏହି ଯୋଜନାମୁତାବକ ଆଦିଲ ଏହି ମିଶନରେ ୩ ଜଣ ସାଙ୍ଗକୁ ସାମିଲ କରିଥିଲେ।  ଆଉ ନକଲି ଏକେ-୪୭ ରାଇଫଲ ନେଇ ଗାର୍ଲ ଫ୍ରେଣ୍ଡୀ ଭାବି ସ୍ୱାମୀକୁ ଡରାଇଥିଲେ।  ଆଉ ଏହି ସମୟରେ ଗାଁ ଲୋକେ ସମ୍ପୃକ୍ତ ୪ ଜଣ ଯୁବକଙ୍କୁ କାବୁ କରିନେଇଥିଲେ। କିନ୍ତୁ କୌଶଳକ୍ରମେ ଆଦିଲଙ୍କୁ ଛାଡ଼ି ଅନ୍ୟ ୩ ଜଣ ଖସିଯିବାରେ ସକ୍ଷମ ହୋଇଥିଲେ।  ତେବେ ଆଦିଲଙ୍କୁ  ଜେରା ପରେ ପୋଲିସ ଅନ୍ୟ ୩ ଜଣଙ୍କୁ  ଗିରଫ କରିଥିଲା।  ପରେ ପୋଲିସ ସମସ୍ତଙ୍କୁ ଛାଡ଼ି ଦେଇଥିଲା।  ତେବେ ପୋଲିସ କହିବା ଅନୁଯାୟୀ  ଧମକ ଅଭିଯୋଗ ସମ୍ପର୍କିତ ମାମଲା ରୁଜୁ ହେବା ସହ ଆଉ କୌଣସି ମକଦ୍ଦମା ରୁଜୁ ହୋଇ ନାହିଁ।