ମାଟି ତଳେ ପୋତି ହୋଇଥିବା ବ୍ୟକ୍ତିଙ୍କୁ କୁକୁର ଜରିଆରେ ଉଦ୍ଧାର କଲେ ଯବାନ, ଦେଖନ୍ତୁ ଭିଡିଓ

ଶ୍ରୀନଗର: କୁକୁର ହେଉଛି ମଣିଷର ଭଲ ବନ୍ଧୁ। ଏକଥା ଜମ୍ମୁ-କଶ୍ମୀରରେ ପ୍ରମାଣିତ ହୋଇଛି।

ଜମ୍ମୁ- ଶ୍ରୀନଗର ଜାତୀୟ ରାଜପଥର ମାଇଲଷ୍ଟୋନ୍‌ ୧୪୭ ନିକଟରେ ଭୂସ୍ଖଳ ଯୋଗୁ ଜଣେ ବ୍ୟକ୍ତି ମାଟି ତଳେ ଚାପି ହୋଇ ରହିଥିଲେ। ରାତି ତମାମ ସେ ମାଟି ତଳେ ରହିବା ପରେ ଆଜି ସିଆରପିଏଫ୍‌ର ସନ୍ଧାନୀ କୁକୁର ଆଜାକ୍ସି ଉକ୍ତ ବ୍ୟକ୍ତିଙ୍କୁ ଠାବ କରିଥିଲା।

ଏହାପରେ ୭୨ ବାଟାଲିୟନର ଯବାନମାନେ ବେଶ କୌଶଳ କ୍ରମେ ଉକ୍ତ ବ୍ୟକ୍ତିଙ୍କୁ ମାଟି ତଳୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଯବାନମାନେ ଉକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଇଥିଲେ। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି।

ଦେଖନ୍ତୁ ଭିଡିଓ