କେରଳ ହାଜତ ମୃତ୍ୟୁ ଅଭିଯୋଗର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: କେରଳ ହାଜତ ମୃତ୍ୟୁ ଅଭିଯୋଗର ତଦନ୍ତ କରିବ ସିବିଆଇ। ଏନେଇ ମୃତକଙ୍କ ଭାଇ ଶ୍ରୀଜିତ ଆଜି ସୂଚନା ଦେଇଛନ୍ତି। ୨୦୧୪ରେ ପୋଲିସ ହାଜତରେ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ। ଏଥିସହ ଘଟଣାର ସିବିଆଇ ତଦନ୍ତ ଦାବିରେ ଥିରୁଅନନ୍ତପୁରମ ସେକ୍ରେଟାରିଏଟ୍‌ ଆଗରେ ସେ ଧାରଣା ଦେଇଥିଲେ। ଯଦିଓ ସରକାର ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି, ତେବେ ନ୍ୟାୟ ଦାବିରେ ଶ୍ରୀଜିତ୍ ଧାରଣା ଜାରି ରଖିଥିଲେ।

ପ୍ରଥମେ ତାଙ୍କ ଧାରଣାକୁ ପୋଲିସ କି ସରକାର କେହି ମଧ୍ୟ ଆଦୌ ଧ୍ୟାନ ଦେଇନଥିଲେ। ହେଲେ ସୋସିଏଲ ମିଡିଆରେ ପ୍ରଚାର ହେବା ପରେ ଶ୍ରୀଜିତଙ୍କ ପ୍ରତି ଲୋକଙ୍କ ସମର୍ଥନ ଓ ସମବେଦନା ବଢ଼ିଥିଲା। ଏହାପରେ ଶ୍ରୀଜିତଙ୍କ ଭାଇ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।