ଅଖିଳେଶ ଯାଦବଙ୍କୁ ମିଳିଲା ସପାର ଚିହ୍ନ ସାଇକେଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି(ସପା) ଚିହ୍ନ ସାଇକେଲକୁ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁଲାୟମ ସିଂହ ଯାଦବ ଓ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ଅଖିଳେଶଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ସାଇକେଲ ଚିହ୍ନ ମିଳିଛି। ଆଜି ନିର୍ବାଚନ କମିଶନ ଏହି ରାୟ ଶୁଣାଇଛନ୍ତି। ନିଜ ଆଦେଶରେ ନିର୍ବାଚନ କମିଶନ କହିଛନ୍ତି,“ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହେଉଛନ୍ତି ପ୍ରକୃତ ସମାଜବାଦୀ ପାର୍ଟି। ଏମାନେ ସପାର ଚିହ୍ନ ସାଇକେଲର ପ୍ରକୃତ ଉତ୍ତରାଧୀକାରୀ।”

ସପାର ଆଭ୍ୟନ୍ତରଣ କନ୍ଦଳ ପରେ ମୁଲାୟମଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଓ ଅଖିଳେଶଙ୍କ ଗୋଷ୍ଠୀ ସାଇକେଲ ଚିହ୍ନକୁ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।