ଦାଦ୍ରି ହତ୍ୟା ଘଟଣା: ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ଗୋମାଂସ ଖାଇବା ଗୁଜବକୁ ନେଇ ଉତ୍ତର ପ୍ରଦେଶର ଦାଦ୍ରିରେ ଉତ୍ୟକ୍ତ  ଗ୍ରାମବାସୀ ୫୮ ବର୍ଷର ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା  କରିଥିଲେ। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କ୍ରେଜିୱାଲ  ଏହି  ମୃତକ ପରିବାରକୁ ଭେଟିଛନ୍ତି।

ମୃତକଙ୍କ  ପରିବାରକୁ ଭେଟିବାକୁ ପ୍ରଶାସନ ତରଫରୁ ପ୍ରଥମେ କେଜ୍ରିୱାଲଙ୍କୁ ବିରୋଧ କରାଯାଇଥିଲା। ତେବେ ପରେ ଅନୁମତି ଦିଆଯାଇଥିଲା। ଅପରପକ୍ଷେ ପୋଲିସ୍ କହିଛି ଯେ ସୁରକ୍ଷା ଦୃଷ୍ଟିରୁ କେଜ୍ରିୱାଲଙ୍କୁ ସେଠାକୁ ଯିବାକୁ କେବଳ ପରାମର୍ଶ ଦିଆଯାଇଥିଲା।

ଆଜି ସକାଳେ ଗାଁ ଲୋକ ବିଶେଷ କରି ଏକ ମହିଳା ଦଳ ସାମ୍ବାଦିକ ଓ ଅନ୍ୟ ପରିଦର୍ଶକଙ୍କୁ ଚାଲିଯିବାକୁ କହିଥିଲେ। ସେମାନଙ୍କ ସାଧାରଣ ଜୀବନଯାତ୍ରାରେ ବାଧା ସୃଷ୍ଟି ନକରିବାକୁ କହିଥିଲେ।