ଦକ୍ଷିଣ ଚୀନରେ ପ୍ରବଳ ବର୍ଷା: ୧୮ମୃତ,୪ ନିଖୋଜ

ବେଜିଂ:  ଚଳିତ ସପ୍ତାହ ପ୍ରାରମ୍ଭରେ ପ୍ରବଳ ବର୍ଷା ଯୋଗୁ ଦକ୍ଷିଣ ଚୀନର ବିଭିନ୍ନ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୧୮ ଜଣଙ୍କ ମୃତ୍ୟୁ ଘଟିଛି। ପାଣିରେ ବୁଡ଼ି, ଘର ଭାଙ୍ଗି ଓ ଭୂସ୍ଖଳନ ଘଯି ଏମାନଙ୍କ ମୃତ୍ୟୁ ହୋଇଛି ବୋଲି ଚୀନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୪ ଜଣ ନିଖୋଜ ଅଛନ୍ତି।  ବୁଧବାର ଓ ଗୁରୁବାର ଦକ୍ଷିଣ ଚୀନରେ ୨୦ ସେଣ୍ଟିମିଟର ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁ ୧୦ ହଜାରରୁ ଊର୍ଦ୍ଧ୍ୱ  ଘର ଭାଙ୍ଗି ଯାଇଛି ।

ହୁବାଇ  ପ୍ରଦେଶରେ ସବୁଠୁ ଅଧିକ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ କେବଳ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ୬,୬୪,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି।

ସେହିପରି ପଡ଼ୋଶୀ ହୁନାନ ପ୍ରଦେଶରେ ମଧ୍ୟ ପ୍ରବଳବର୍ଷା  ହୋଇଛି।ଏଠାରେ ୫,୨୭,୦୦ ଲୋକ ପ୍ରଭାବିତ  ହୋଇଛନ୍ତି।