ବର୍ବରକାଣ୍ଡ: ଅଳିଆ ଉଠାଇବାକୁ ଆସିଥିବା ଦଳିତଙ୍କୁ ପିଟି ପିଟି ହତ୍ୟା, ଦେଖନ୍ତୁ ଦୃଶ୍ୟ

ଅହମ୍ମଦାବାଦ: ବର୍ବରତାର ସୀମା ଲଂଘିଲା।  ମରିଗଲା ମାନବିକତା। ଅଳିଆ  ଆବର୍ଜନା ଉଠାଇବାକୁ ଯାଇଥିବା ଦଳିତ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା।  ଏହି ଘଟଣାରେ ୫ ଜଣଙ୍କୁ ପୋଲିସ ଗିରଫ କରିଛି ।  ମାଡର ଭିଡିଓ ଭାଇରାଲ ହେବା ପରେ ପୋଲିସ ଏହାକୁ ତଦନ୍ତ କରି ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗରଫ କରିଛି।   ଗୁଜରାଟ ରାଜକୋଟରେ ଘଟିଛି ଏହି ଘଟଣା। ଗତ ରବିବାର ୪୦ ବର୍ଷୀୟ  ମୁକେଶ ସାବଜୀ ନିଜ ପତ୍ନୀ ଜୟା ସହ ଅଳିଆ  ଆବର୍ଜନା ଉଠାଇବାକୁ ଏକ କାରଖାନା ପରିସରରେ ପଶିଥିଲେ । ଏହାକୁ ବିରୋଧ କରି ପ୍ରଥମେ କିଛି କମ୍ପାନୀ କର୍ମଚାରୀଙ୍କ ସହ ମୁକେଶଙ୍କ ବଚସା ହୋଇଥିଲା କିନ୍ତୁ ଏଥିରେ ଉତକ୍ଷିପ୍ତ ହୋଇ କର୍ମଚାରୀମାନେ ମୁକେଶଙ୍କୁ ଗୋଟିଏ ଗଛରେ ବାନ୍ଧି ପାଇପ୍ ଓ ଲୁହା ଛଡ଼ରେ ନିସ୍ତୁକ ବାଡ଼େଇଥିଲେ।   ସେପଟେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଆଓ୍ୱାଲେ।   ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ସେ କହିଛନ୍ତି। ଏଭଳି କାର୍ଯ୍ୟ କରୁଥିବା ଅଭିଯୁକ୍ତ ମାନଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ସେ ନିଜ ପ୍ରତିକ୍ରୀୟାରେ କହିଛନ୍ତି ।

ଗୁଜରାଟ

ଅଳିଆ ଆବର୍ଜନା ଉଠାଇବାକୁ ଯାଇଥିବା ଜଣେ ଦଳିତ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଗୁଜରାଟ ରାଜକୋଟରେ ଘଟିଛି ଏହି ଘଟଣା, ଦେଖନ୍ତୁ ଭିଡିଓ

Odisha Reporter यांनी वर पोस्ट केले सोमवार, २१ मे, २०१८