ଆଇଏସ୍ କେମିକାଲ୍ ଓ ବାୟୋଲୋଜିକାଲ୍ ଅସ୍ତ୍ରରେ ଆକ୍ରମଣ କରିପାରେ: ଫ୍ରାନ୍ସ ପ୍ରଧାନମନ୍ତ୍ରୀ

ପ୍ୟାରିସ: ଆଇଏସ୍ ଆତଙ୍କୀମାନେ ଫ୍ରାନ୍ସ ଉପରେ କେମିକାଲ୍ ଓ ବାୟୋଲୋଜିକାଲ୍ ଆକ୍ରମଣ କରିପାରନ୍ତି। ଗୁରୁବାର ଏଭଳି ଆଶଙ୍କା କରିଛନ୍ତି ଫ୍ରାନ୍ସର ପ୍ରଧାନମନ୍ତ୍ରୀ ମାନୁଏଲ ଭାଲ୍ସ। ଏହା ସହିତ ଦେଶରେ ଜାରି କରାଯାଇଥିବା ଜରୁରୀକାଳୀନ ପରିସ୍ଥିତିର ଅବଧିକୁ ବଢ଼ାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଆଇଏସ୍ ଆତଙ୍କୀମାନେ ପ୍ୟାରିସରେ ସିରିଜ୍ ଆକ୍ରମଣ କରିଥିଲେ। ଏଥିରେ ୧୨୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସିରିଆରେ ଆଇଏସ ଆତଙ୍କୀଙ୍କ ଆଡ୍ଡାଗୁଡ଼ିକ ଉପରେ ଆକାଶମାର୍ଗରୁ ଫ୍ରାନ୍ସ ସେନା ଜୋରଦାର ଆକ୍ରମଣ କରୁଛି।