ରାଜଧାନୀ ରାଜପଥରେ ଏମିତି ଲଢୁଆ ଶୋ’ ଦେଖାଇବେ ବିଏସଏଫ୍‌ ମହିଳା, ଟିମ୍‌ରେ ଅଛନ୍ତି ୬ ଓଡ଼ିଆ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡ ଉତ୍ସବରେ ଦିଲ୍ଲୀ ରାଜପଥରେ ପ୍ରଥମ ଥର ଲାଗି ଡେୟାର ଡେଭିଲ ସୋ ପ୍ରଦର୍ଶନ କରିବେ। ବିଏସଏଫ୍‌  ମହିଳା ବାଇକର ସ୍କ୍ୱାର୍ଡ଼ ବିଏସଏଫର ଏହି ୨୭ ଜଣିଆ ସ୍କ୍ୱାର୍ଡ଼ରେ ଅଛନ୍ତି ୬ ଓଡ଼ିଆ। ସେମାନେ ହେଲେ ମିତା ହାଁସଦା, ବନୀତା ଦାସ, ରଶ୍ମିତା ଦାସ, କ୍ରିଷ୍ଣା ଗର୍ତ୍ତିଆ, ଅନୁସୂୟା ସାମଲ ଓ ସୁବନ୍ତି । ଏଥିପାଇଁ ସମସ୍ତେ ଚଳାଇଛନ୍ତି ଜୋରଦାର ଅଭ୍ୟାସ । ଭୋର ୪ଟାରୁ ଅଭ୍ୟାସ ପାଇଁ ପହଞ୍ଚି ଯାଉଛନ୍ତି ବାଇକର।  ସ୍କ୍ୱାର୍ଡ଼ ପ୍ରଥମ ଥର ପାଇଁ ଏପରି ଶୋ’ରେ ଭାଗ ନେଇଥିବାରୁ ସମସ୍ତେ ଗର୍ବିତ ବୋଲି କହିଛନ୍ତି । ସେପଟେ ଏହି ଓଡିଆ ମହିଳା ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।