ଡିସେମ୍ବର ୩୧କୁ ବଢ଼ିଲା ଆଧାର ଡେଡ୍‌ଲାଇନ୍

ନୂଆଦିଲ୍ଲୀ: ସାମାଜିକ ଯୋଜନା ‍କ୍ଷେତ୍ରରେ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଏବେ କେନ୍ଦ୍ର ସରକାର ଟିକିଏ ନରମିଛନ୍ତି। ବିଭିନ୍ନ ଯୋଜନାରେ ଆଧାର କାର୍ଡ ବାଧ୍ୟତାମୂଳକ ପ୍ରଦାନ ସମୟସୀମାକୁ ସରକାର ବଢ଼ାଇ ଦେଇଛନ୍ତି। ହିତାଧିକାରୀମାନେ ଡିସେମ୍ବର ୩୧ ସୁଦ୍ଧା ଆଧାର କାର୍ଡ ପ୍ରଦାନ କରିବେ। ଡେଡ୍‌ଲାଇନ୍ ବୃଦ୍ଧି ସଂପର୍କିତ ଏ ଖବରକୁ ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟ ଖଣ୍ଡପୀଠକୁ ଜଣେଇ ଦେଇଛନ୍ତି।

କେନ୍ଦ୍ର ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ.କେ. ବେନୁଗୋପାଳ, ସୁପ୍ରିମକୋର୍ଟରେ ସମୟସୀମା ବୃଦ୍ଧି ସମ୍ପର୍କରେ ଅବଗତ କରାଇଛନ୍ତି। ଆଜି ଥିଲା ଏହାର ଶେଷଦିନ। ଏଥିସହ ନଭେମ୍ବର ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିବେ। ଆଧାର ବୈଧ କି ନୁହେଁ, ସେ ନେଇ କିଛି ଆବେଦନକାରୀ ସର୍ବୋଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ।