ଦୂର୍ଗାପୂଜା ପାଇଁ ୭୦ କୋଟି ଦେଲେ ମମତାଙ୍କ ‘ଗରିବ ଲୋକଙ୍କ ସରକାର’

କୋଲକାତା: ଗୋଟିଏ ପଟେ ଋଣରେ ବୁଡ଼ିବାକୁ ଲାଗିଥିବା ମମତା ବାନାର୍ଜୀଙ୍କ ପଶ୍ଚିମବଙ୍ଗ ସରକାର ଦୁର୍ଗାପୂଜା ଆୟୋଜକମାନଙ୍କୁ ୭୦ କୋଟି ଟଙ୍କାର ଉପହାର ଦେଇଛନ୍ତି। କେବଳ ରାଜଧାନୀ କୋଲକାତାରେ ଏଭଳି ୩୦୦୦ ପୂଜା ପଣ୍ଡାଲ ରହିଥିବାବେଳେ ରାଜ୍ୟରେ ୨୫୦୦୦ ପଣ୍ଡାଲ ରହିଛି। ପ୍ରତି ପଣ୍ଡାଲକୁ ୨୫ ହଜାର ଲେଖାଏ ଦିଆଯିବାର ନିଷ୍ପତ୍ତି ହୋଇଛି, ଯାହାକି ଗତବର୍ଷ ୧୦ ହଜାର ଥିଲା।

ମମତା ଆହୁରି ମଧ୍ୟ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ପରିଚାଳିତ ଦୂର୍ଗା ପୂଜା କମିଟି ପାଇଁ ଅତିରିକ୍ତ ୫ ହଜାର ଟଙ୍କା ଲେଖାଏ ମିଳିବ। ଅନ୍ୟପକ୍ଷରେ ବିଭିନ୍ନ ବିଦ୍ୟୁତ ଯୋଗାଣକାରୀ କମ୍ପାନୀ ମୋଟ ବିଲ୍‌ରେ ୨୫% ରିହାତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ‘ଉପହାର’ ବାବଦରେ ମମତା କହିଛନ୍ତି, “ଆମେ ଗରିବ ଲୋକଙ୍କ ସରକାର, କିନ୍ତୁ ପୂଜା କମିଟି ପାଇଁ ଆମେ ଯଥା ସମ୍ଭବ ଚେଷ୍ଟା କରୁଛୁ। ଆଗରୁ ୧୦ ହଜାର ଟଙ୍କା ଦେଉଥିଲୁ, ଏଥର ୨୫ ହଜାର ଟଙ୍କା ଦେବୁ। ମୁଁ ଜାଣିଛି ଏହି ଆୟୋଜକମାନଙ୍କର ଆର୍ଥିକ ସ୍ଥିତି ଏତେ ଭଲ ନୁହେଁ, ତେଣୁ ଇଲେକ୍ଟ୍ରି ବିଲ୍‌ ହ୍ରାସ କରିବା ସହ କୋଲକଥା କର୍ପୋରେସନ୍‌ ଟ୍ୟାକ୍ସର ମାତ୍ରା ହ୍ରାସ କରିବାକୁ କହିଛି।”