ବଜେଟ୍‌ ୨୦୧୮: ୭ ଗୁଣା ବଢ଼ିଲା ପ୍ରତିରକ୍ଷା ବଜେଟ୍‌

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବାକୁ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି। ଚଳିତ ବଜେଟ୍‌ରେ ପ୍ରତିରକ୍ଷା ପାଇଁ ମୋଟ୍ ୨ ଲକ୍ଷ ୯୫ ହଜାର ୫୧୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି। ଯାହା ପୂର୍ବ ବର୍ଷ ଅପେକ୍ଷା ୭ ଦଶମିକ ୮୧ ପ୍ରତିଶତ ଅଧିକ।

ସେନାର ଆଧୁନିକରଣ ଏବଂ ସୀମା ସୁରକ୍ଷାର ସମାଧାନ ପାଇଁ ବଜେଟ୍‌ରେ ପ୍ରସ୍ତାବ ରହିଛି।  ଅଧିକରୁ ଅଧିକ ସୀମା ସମସ୍ୟା ପ୍ରତି ଚଳିତ ବଜେଟ୍‌ରେ ଧ୍ୟାନ ଦିଆଯାଇଥିବା କହିଛନ୍ତି ଜେଟଲୀ। ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧିର ୧ ଦଶମିକ ୮ ପ୍ରତିଶତ ଅର୍ଥାତ ପ୍ରତିରକ୍ଷାରେ ଖର୍ଚ୍ଚ ପାଇଁ ବ୍ୟୟ ବରାଦ ହୋଇଛି। ଯାହା ୧୯୬୨ ଭାରତ-ଚୀନ ଯୁଦ୍ଧ ପରେ ସବୁଠୁ କମ୍। ସେପଟେ ବଜେଟ୍ ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ୍। ବଜେଟ୍‌ରେ ସୀମା ସୁରକ୍ଷା ସହ କୋରିଡର୍ ନିର୍ମାଣକୁ ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି।