ପ୍ରତିରକ୍ଷା ପାଇଁ ୨,୭୪,୧୧୪ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ: ୨୦୧୭-୧୮ ସାଧାରଣ ବଜେଟ୍‌ରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୨,୭୪,୧୧୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥିରେ ୮୬, ୪୮୮ କୋଟି ଟଙ୍କା ପ୍ରତିରକ୍ଷା ପୁଞ୍ଜି ସାମିଲ ଅଛି। ପ୍ରତିରକ୍ଷା ବିଭାଗର ପେନ୍‌ସନଧାରୀଙ୍କ ଅର୍ଥକୁ ବାଦ୍ ଦେଇ ଏହି ବ୍ୟୟବରାଦ କରାଯାଇଛି।

ପ୍ରତିରକ୍ଷା ପେନସନ୍‌ଧାରୀଙ୍କ ଆପତ୍ତି ଅଭିଯୋଗକୁ କମ କରିବାକୁ ଜେଟଲୀ ୱେବ ଇଣ୍ଟର ଆକ୍ଟିଭ ପେନସନ୍‌ ବିତରଣ ପ୍ରଣାଳୀ ଘୋଷଣା କରିଛନ୍ତି। ଏହାଦ୍ୱାରା ପ୍ରତିରକ୍ଷା ବିଭାଗର ପେନସନଧାରୀଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ସମସ୍ୟାର ସମାଧାନ କରାଯିବ।

ଏହାସହ ରକ୍ଷା କର୍ମଚାରୀଙ୍କ ରେଲୱେ ଟିକେଟ୍‌ ବୁକିଂ ପାଇଁ ଅନ୍‌ଲାଇନ ଟିକେଟ ବୁକିଂ ସିଷ୍ଟମ ଘୋଷଣା କରାଯାଇଛି। ଏହାଦ୍ୱାରା ପ୍ରତିରକ୍ଷା କର୍ମଚାରୀଙ୍କୁ ଲାଇନ୍‌ରେ ଛିଡା ହୋଇ ରେଳ ଟିକେଟ୍‌ କରିବାକୁ ପଡିବ ନାହିଁ।